ପରୀକ୍ଷାମୂଳକ ଡ୍ରୋନ୍‌ ଉଡ଼ାଣ ପାଇଁ ସ୍ବିଗି, ଡୁଞ୍ଜୋ ସମେତ ୨୦ଜଣଙ୍କୁ ଅନୁମତି ଦେଲା ବିମାନ ଚଳାଚଳ ମନ୍ତ୍ରାଳୟ

Advertisment
ପୁଣି ସୀମାରେ ଉଡ଼ିଲା ପାକିସ୍ତାନୀ ଡ୍ରୋନ, ଗୁଳି ଚଳାଇଲା ବିଏସଏଫ୍

Image Courtesy of NDTV

ନୂଆଦିଲ୍ଲୀ: ପରୀକ୍ଷାମୂଳକ ଭାବେ ଡ୍ରୋନ୍‌ ଉଡ଼ାଣ ନିମନ୍ତେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମଙ୍ଗଳବାର ଦିନ ‘ସ୍ପାଇସ୍‌ଜେଟ୍‌’, ‘ଡୁଞ୍ଜୋ ଏୟାର୍‌ କନ୍‌ସର୍ଟିୟମ୍‌’, ‘ସ୍କାଏଲାର୍କ ଡ୍ରୋନ୍‌ସ୍‌’, ସ୍ବିଗି ସମେତ ୨୦ଟି ସଂସ୍ଥାନକୁ ଅନୁମତି ପ୍ରଦାନ କରିଛି। ଏହି ଡ୍ରୋନ୍‌ ସବୁ ‘ବିୟଣ୍ଡ୍‌ ଭିଜୁଆଲ୍‌ ଲାଇନ୍‌ ଅଫ୍‌ ସାଇଟ୍‌’ରେ (ବିଭିଏଲ୍‌ଏସ୍‌ଓଏସ୍‌) ଚଳାଚଳ କରିବେ।

ବାକି ସଂସ୍ଥାନମାନଙ୍କ ମଧ୍ୟରେ ‘ଭର୍ଜିନିଆ ଟେକ୍‌ ଇଣ୍ଡିଆ’, ‘ସପ୍‌ଏକ୍ସ ଓମ୍‌ନିପ୍ରେଜେଣ୍ଟ୍‌ କନ୍‌ସୋଟିୟମ୍‌’ ‘ଆଷ୍ଟେରିଆ ଏରୋସ୍ପେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ‘ସେଣ୍ଟିଲିୟନ୍‌ ନେଟ୍‌ୱାର୍କ ପ୍ରାଇଭେଟ୍‌ ଲିମିଟେଡ୍‌’ ‘ମରୁତ ଡ୍ରୋନ୍‌ଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ଓ ‘ସୁଗାର୍‌ ଡିଫେନ୍‌ସ୍‌ ଇଞ୍ଜିନିୟରିଙ୍ଗ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ଥିବା କଥା ମନ୍ତ୍ରାଳୟ କହିଛି।

publive-image Image Courtesy of The Indian Express

ପରୀକ୍ଷାମୂଳକ ଭାବେ ‘ବିୟଣ୍ଡ୍‌ ଭିଜୁଆଲ୍‌ ଲାଇନ୍‌ ଅଫ୍‌ ସାଇଟ୍‌’ରେ (ବିଭିଏଲ୍‌ଏସ୍‌ଓଏସ୍‌) ଉଡ଼ାଣ ନିମନ୍ତେ ଉପରୋକ୍ତ ୨୦ଟି ସଂସ୍ଥାନଙ୍କୁ ‘ଅନ୍‌ମ୍ୟାନ୍‌ଡ୍‌ ଏୟାର୍‌କ୍ରାଫ୍‌ଟ୍‌ ସିଷ୍ଟମ୍‌ (ୟୁଏଏସ୍‌) ନିୟମ, ୨୦୨୧’ରୁ ବାଦ ଦିଆଯିବା ସହ ସର୍ତମୂଳକ ଅନୁମତି ପ୍ରଦାନ କରାଯାଇଛି। ଏହି ଅନୁମତି ବର୍ଷେ ପର୍ଯ୍ୟନ୍ତ କିଂବା ପରବର୍ତ୍ତୀ ଆଦେଶନାମା ଜାରି ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଥିବ ବୋଲି ମନ୍ତ୍ରାଳୟ ଉଲ୍ଲେଖ କରିଛି।

୨୦୧୯ ମେ ୧୩ ତାରିଖରେ ମନ୍ତ୍ରାଳୟଦ୍ବାରା ଗଠିତ କମିଟି ପରୀକ୍ଷାମୂଳକ ‘ବିୟଣ୍ଡ୍‌ ଭିଜୁଆଲ୍‌ ଲାଇନ୍‌ ଅଫ୍‌ ସାଇଟ୍‌’ ଡ୍ରୋନ୍‌ ଉଡ଼ାଣ ନିମନ୍ତେ ଆଗ୍ରହୀ ସଂସ୍ଥାନମାନଙ୍କୁ ‘ଏକ୍ସପ୍ରେସନ୍‌ ଅଫ୍‌ ଇନ୍‌ଟ୍ରେଷ୍ଟ୍‌’ (ଇଓଆଇ) ମାଗିଥିଲେ। ସୂଚନାଯୋଗ୍ୟ, ସାଧାରଣ ଆଖିରେ ଦୃଷ୍ଟିଗୋଚର ହେଉ ନ ଥିବା ଉଚ୍ଚତାରେ ଡ୍ରୋନ୍‌ ଉଡ଼ାଣ ପ୍ରକ୍ରିୟାକୁ ‘ବିୟଣ୍ଡ୍‌ ଭିଜୁଆଲ୍‌ ଲାଇନ୍‌ ଅଫ୍‌ ସାଇଟ୍‌’ କୁହାଯାଇଥାଏ।

ଏଥିନିମନ୍ତେ ଆଗ୍ରହ ପ୍ରକାଶ କରାଯାଇ ଆସିଥିବା ୩୪ଟି ସଂସ୍ଥାନର ‘ଇଓଆଇ’କୁ ତର୍ଜମା କରାଯାଇ ୨୦ଟି ସଂସ୍ଥାନକୁ ମନୋନୀତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe