ପୋଦାର ଗ୍ଲୋବାଲ୍‌ ଏମ୍‌ଡିଙ୍କୁ ପୁରସ୍କାର

Advertisment
ପୋଦାର ଗ୍ଲୋବାଲ୍‌ ଏମ୍‌ଡିଙ୍କୁ ପୁରସ୍କାର

ନୂଆଦିଲ୍ଲୀ: ପୋଦାର ଗ୍ଲୋବାଲ୍‌ର ଏମ୍‌ଡି ସୁନୀଲ ପୋଦାରଙ୍କୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏସ୍‌ଏମ୍‌ଇ କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି। ପାଣ୍ଟୋମ୍ୟାଥ୍‌ କ୍ୟାପିଟାଲ୍‌ ଆଡଭାଇଜର୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳାଙ୍କଠାରୁ ଶ୍ରୀ ପୋଦାର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୋଦାର ଗ୍ଲୋବାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ହେଉଛି ଏକ ଅଗ୍ରଣୀ ନିଉଜ୍‌ ପ୍ରିଣ୍ଟ୍‌ ଏବଂ ପେପର୍‌ ଆମଦାନିକାରୀ ଓ ବିତରଣକାରୀ ସଂସ୍ଥା। ଭାରତରେ ଏହା ବିଗତ ୩୨ ବର୍ଷ ହେଲାଣି କାରବାର କରୁଛି। ଏହାର ନିଜସ୍ୱ ବିତରଣ ଶୃଙ୍ଖଳା ଏବଂ ଦେଶର ସମସ୍ତ ପ୍ରମୁଖ ବନ୍ଦର ଯଥା ମୁମ୍ବାଇ, ଚେନ୍ନାଇ, କୋଲକାତା, କୋଚିନ ଆଦିରେ ପେପର୍‌ କନ୍‌ଭର୍ସନ୍‌ ବ୍ୟବସ୍ଥା ରହିଛି। ନିଜସ୍ୱ ସହଯୋଗୀ ସଂସ୍ଥା ସ୍ୟାଣ୍ଡି୍‌ ଲିମିଟେଡ୍‌, ହଂକଂ ଜରିଆରେ ଏହା ୩୫୦ରୁ ଅଧିକ ଭାରତୀୟ ସମ୍ବାଦପତ୍ର ଏବଂ ପତ୍ରିକାକୁ ୨୫୦,୦୦୦ ଏମ୍‌ଟି ସାଧାରଣ ନିଉଜ୍‌ପ୍ରିଣ୍ଟ୍‌ ଏବଂ ଅନ୍ୟାନ୍ୟ ପ୍ରକାର କାଗଜ ଯୋଗାଇ ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe