ସୁପ୍ରିମକୋର୍ଟରେ ହାଜର ହେଲେ ବାବା ରାମଦେବ

Advertisment
ସୁପ୍ରିମକୋର୍ଟରେ ହାଜର ହେଲେ ବାବା ରାମଦେବ

Image Courtesy of NDTV

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ‌ମଙ୍ଗଳବାର ବାବା ରାମଦେବ ଓ ପତଞ୍ଜଳି ଆୟୁର୍ବେଦର ଏମ୍‌ଡି ଆଚାର୍ଯ୍ୟ ବାଲକୃଷ୍ଣ ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି। ଏହି ମାମଲା‌ର କମ୍ପାନି ପକ୍ଷରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଇଛି। ତେବେ ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍‌ ହିମା କୋହଲି ଓ ଅହସନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିବା ସହ ମାମଲାକୁ ଗମ୍ଭୀରତାର ସହ ନେବା ଲାଗି କମ୍ପାନିକୁ କହିଛନ୍ତି। କମ୍ପାନି ଯେଉଁ ସତ୍ୟପାଠ ଦାଖଲ କରିଥିଲା ତାହାକୁ ନେଇ ମଧ୍ୟ କୋର୍ଟ ଅସନ୍ତୋଷ ଜାହିର କରିଛନ୍ତି। ତେବେ କମ୍ପାନିକୁ ଆଉ ଏକ ଶେଷ ସୁଯୋଗ ଦେବାକୁ କୋର୍ଟ ରାଜି ହେବା ସହ ସପ୍ତାହକ ଭିତରେ ନୂଆ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୧୦ରେ ହେବ। ସେହିଦିନ ମଧ୍ୟ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହିବାକୁ ରାମଦେବ ଓ ବାଲକୃଷ୍ଣଙ୍କୁ କୋର୍ଟ କହିଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ମଧ୍ୟ କୋର୍ଟ ସମାଲୋଚନା କରିଛନ୍ତି। ସରକାର କିଭଳି ଆଖି ବନ୍ଦ କରି ରଖିଥିଲେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe