Aaj Ki Khabar
ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଏଫ୍ଏମ୍ସିଜି ଓ ଖାଉଟି ସାମଗ୍ରୀ ସବୁକୁ ଏବେ ଇ-କମର୍ସ ଓ ଅନ୍ଲାଇନ୍ ଜରିଆରେ ଖାଉଟିମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସଂସ୍ଥା ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।
ଏସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପତଞ୍ଜଳି ଆୟୁର୍ବେଦର ପ୍ରବକ୍ତା ଏସ୍କେ ତିଜରଓ୍ଵାଲା କହିଛନ୍ତି ଯେ ଗ୍ରାହକମାନଙ୍କର ଆଗ୍ରହ, ଉତ୍ସାହ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନ୍ଲାଇନ୍ ଜରିଆରେ ପତଞ୍ଜଳି ଉତ୍ପାଦ ସବୁକୁ ଶୀଘ୍ର ଓ ସୁବିଧାଜନକ ଭାବେ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ସଂସ୍ଥା ପକ୍ଷରୁ ଏ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ବିଶ୍ୱର ନାମିଦାମୀ ଇ-କମର୍ସ ସଂସ୍ଥା, ଆମାଜନ୍, ଫ୍ଲିପ୍କାର୍ଟ, ପେଟିଏମ୍ ମଲ୍ ପରି ଏକାଧିକ ସଂସ୍ଥାମାନଙ୍କ ଚୁକ୍ତି ହୋଇସାରିଛି। ଫଳରେ ପତଞ୍ଜଳି ଉତ୍ପାଦ ସବୁ ଏବେ କେବଳ ମାତ୍ର ଭାରତ ଓ ଅନ୍ୟ କିଛି ଦେଶ ମଧ୍ୟରେ ସୀମିତ ନରହି ସମଗ୍ର ବିଶ୍ୱ ବଜାରରେ ଉପଲବ୍ଧ ହେବ। ଏବଂ ବିଶ୍ୱବାସୀ ପତଞ୍ଜଳି ଉତ୍ପାଦର ଲାଭ ଉଠାଇ ପାରିବେ।
XOR Labsଏଥିସହ ଦେଶର ଖାଉଟିମାନଙ୍କ ନିକଟତର ହେବା ପାଇଁ ପତଞ୍ଜଳି ଉତ୍ପାଦ ସବୁ ଏଣିକି ବିଗ୍ ବଜାର, ରିଲାଏନ୍ସ ରିଟେଲ୍ ପରି ଦେଶର ବଡ଼ ବଡ଼ ମଲ୍ମାନଙ୍କରେ ଉପଲବ୍ଧ କରାଇବା ପାଇଁ ପତଞ୍ଜଳି ସଂସ୍ଥା ଅନୁବନ୍ଧିତ ହେବା ସହ ପତଞ୍ଜଳି ମେଗାମାର୍ଟ ନାମରେ ଦେଶର ଏକାଧିକ ଛୋଟବଡ଼ ଛୋଟବଡ଼ ସହରରେ ନିଜର ନିଜସ୍ୱ ଆଉଟ୍ଲେଟ୍ ଖୋଲିବ। ଯେଉଁଠାରେ ପତଞ୍ଜଳି ଦ୍ୱାରା ଉତ୍ପାଦିତ ଏଫ୍ଏମ୍ସିଜି, ଖାଉଟି ସାମଗ୍ରୀ ବ୍ୟତୀତ ବସ୍ତ୍ର, ପିଲା, ମହିଳା ଓ ବୃଦ୍ଧଙ୍କ ନିମନ୍ତେ ପ୍ରସ୍ତୁତ ଅନ୍ୟ ସମସ୍ତ ସାମଗ୍ରୀ ଓ ସୌର ଶକ୍ତି ଯନ୍ତ୍ର ପରି ସବୁ କିଛି ଉପଲବ୍ଧ ହେବ। ଆସନ୍ତା ଜାନୁଆରି ୧୬ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ପତଞ୍ଜଳିର ଇ-କମର୍ସ ଓ ଅନ୍ଲାଇନ୍ ସେବାର ଶୁଭାରମ୍ଭ ଯୋଗଗୁରୁ ବାବା ରାମଦେବ କରିବେ ବୋଲି ସେ ଏହି ଅବସରରେ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଆର୍ଥିକ ଓ ବ୍ୟାବସାୟିକ ଦୃଷ୍ଟରୁ ଦେଶର କମ୍ପାନିମାନଙ୍କ ମଧ୍ୟରେ ୧୯ ନମ୍ବର ସ୍ଥାନରେ ରହିଛି ପତଞ୍ଜଳି ଆୟୁର୍ବେଦ। ୨୦୧୬-୧୭ ଆର୍ଥିକ ବର୍ଷରେ ସଂସ୍ଥା ୧୦,୫୦୦ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରେ ଏହାକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ରଖିଛି।
Follow Us