ପତଞ୍ଜଳି ବିକ୍ରି କରୁଛି ଚିକେନ୍‌ ମସଲା ! ଏହି ଭାଇରାଲ ଫଟୋର ସତ୍ୟ ଜାଣନ୍ତୁ

ପତଞ୍ଜଳି ବିକ୍ରି କରୁଛି ଚିକେନ୍‌ ମସଲା ! ଏହି ଭାଇରାଲ ଫଟୋର ସତ୍ୟ ଜାଣନ୍ତୁ
ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ସାମଗ୍ରୀର ଖୁବ୍‌ ଚାହିଦା ରହିଛି। ପତଞ୍ଜଳି ବିଭନ୍ନ ଶ୍ରେଣୀର ସାମଗ୍ରୀ ଯେମିତିକି ନୁଡଲ, ସାବୁନ, ଡାଲି, ମସଲା, ଅଟା, ଚାଉଳ, ଫେସଓ୍ଵାସ, ଡିଟଜେଣ୍ଟ ଠାରୁ ଆରମ୍ଭକରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କମ୍ପାନି ଗ୍ରାହକ ପାଇଁ ଉପଲବ୍ଧ କରାଇଛି। ତେବେ ନିକଟରେ ସୋସିଆଲ ମିଡିଆରେ ବାବା ରାମଦେବ ପତଞ୍ଜଳି କମ୍ପାନି ଚିକେନ୍‌ ମସଲା ବିକ୍ରି କରୁଛନ୍ତି ବୋଲି ଏକ ଫଟୋ ଭାଇରାଲ ହୋଇଛି। ଏହି ଫଟୋ ପଛର ପ୍ରକୃତ କାରଣ କ’ଣ ଆସନ୍ତୁ ଜାଣିବ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆରରେ ପତଞ୍ଜଳିର ଚିକେନ ମସଲା ବିକ୍ରି ହେଉଛି ବୋଲି ଯେଉଁ ଫଟୋ ଭାଇରାଲ ହୋଇଛି ତାହା ବାବା ରାମଦେବଙ୍କ କମ୍ପାନିର ନୁହେଁ ବୋଲି କହିଛନ୍ତି ପତଞ୍ଜଳି କମ୍ପାନି ପ୍ରବକ୍ତା। ଏହି ଚିକେନ୍‌ ମସଲା ପତଞ୍ଜଳି ଫୁଡସ ନାମର ଏକ କମ୍ପାନି େଓ୍ଵବସାଇଟରେ ବିକ୍ରି କରାଯାଉଛି। ପତଞ୍ଜଳିଫୁଡସ.କମ୍‌ ନାମରେ ଏହି ସାଇଟ କନାଡାର ବୋଲି ଜଣାପଡ଼ିଛି। ଏଥିରେ ଚିକେନ୍‌ ମସଲା ୧.୯୯ଡଲାର  ଅର୍ଥାତ୍‌ ୧୨୯ ଟଙ୍କାରେ ବିକ୍ରି କରାଯାଉଛି। ଏଥିରେ ସବୁଜ ରଙ୍ଗର ସାକାହାରି ସାଇନ୍‌ ବି ରହିଛି। ଏହି କମ୍ପାନିର ଲଗୋ ପତଞ୍ଜଳି ସହିତ କିଛିମାତ୍ରାରେ ଖାପଖାଉଛି। ପତଞ୍ଜଳିଫୁଡସ.କମ କମ୍ପାନିର ସାମଗ୍ରୀ ଆମେରିକା ଓ କନ୍ନାଡାରେ ବିତରଣ କରାଯାଉଛି। ଏହି କମ୍ପାନିର ପଞ୍ଜୀକରଣ ୨୦୧୫ ଜୁଲାଇ ୧୮ରେ ହୋଇଥିଲା। ଏହାର ମାଲିକ ହେଉଛନ୍ତି ଜଗଜିତ ଧମି, ଯିଏକି କଲୋମ୍ବିଆରେ ବସବାସ କରନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe