ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର: ଫେରିଲା ଦୁଇଟି ଶସ୍ତା ପ୍ଲାନ୍‌

ଓଡ଼ିଶାରେ ଜିଓ ଏକ ନମ୍ବର ନେଟୱର୍କ, ୨.୮ ଲକ୍ଷ ଗ୍ରାହକ ବଢ଼ିଛନ୍ତି : ଟ୍ରାଇ ତଥ୍ୟ

TelecomTalk

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପୁଣିଥରେ ଟେଲିକମ୍‌ ସେକ୍ଟରରେ ଟେଲିକମ୍‌ କମ୍ପାନିମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ାଇ ଦେଇଛି। ଏୟାରଟେଲ ଓ ଭୋଡାଫୋନ୍‌-ଆଇଡିଆର ଗ୍ରାହକ ଏଣିକି ଅନ୍ୟ ନେଟଓ୍ଵାର୍କକୁ ମାଗଣା କଲ କରି ପାରିବେ ବୋଲି ଘୋଷଣା କରାଯିବା ପରେ ରିଲାଏନ୍ସ ଜିଓ ତାର ୯୮ ଓ ୧୪୯ଟଙ୍କାର ପ୍ଲାନ୍‌କୁ ପୁଣି ଥରେ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇଛି।

କମ୍ପାନି ଟାରିଫ୍‌ ରିଭାଇଜ କରିବା ଦ୍ୱାରା ବ୍ୟବହାରକାରୀ ପାଇଁ ଡାଟା ତ ମହଙ୍ଗା ହୋଇଯାଇଥିଲା, କିନ୍ତୁ ପୂର୍ବରୁ ମିଳୁଥିବା ଅସୀମିତ ମାଗଣା କଲ ଉପରେ ଏଫ୍‌ୟୁପି ଅବଧି ବ୍ୟବହାରକାରୀଙ୍କୁ ନିରାଶ କରିଥିଲା। ବ୍ୟବହାରକାରୀଙ୍କ ଏହି ଅସନ୍ତୋଷକୁ ଦେଖି କମ୍ପାନି ଏବେ ନିଜର ପ୍ଲାନ୍ସକୁ ପରିବର୍ତ୍ତନ କରିବାକୁ ଯାଉଛି। ବର୍ତ୍ତମାନ ଆସନ୍ତୁ ଜାଣିବା ରିଲାଏନ୍ସ ଜିଓର ୯୮ ଟଙ୍କା ଓ ୧୪୯ଟଙ୍କାର ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ କ’ଣ ଲାଭ ମିଳୁଛି।

publive-imagenavbharattimes

ଜିଓ ଗ୍ରାହକଙ୍କ ଆବଶ୍ୟକତାକୁ ଦେଖି ୧୪୯ଟଙ୍କାର ପ୍ଲାନ୍‌କୁ ପୁଣି ଉପଲବ୍ଧ କରାଇଛି। ଏହି ପ୍ଲାନ୍‌ରେ ବ୍ୟବହାରକାରୀଙ୍କୁ ୨୪ଦିନର ବୈଧତା ସହିତ ପ୍ରତିଦିନ ୧ଜିବି ଡାଟା ଓ ୧୦୦ଟି ମାଗଣା ଏସ୍‌ଏମ୍‌ଏସ୍‌ ମିଳିବ। ଏହି ପ୍ଲାନ୍‌ ବ୍ୟବହାର କରୁଥିବା ଗ୍ରାହକ ଜିଓରୁ ଜିଓକୁ ମାଗଣା କଲ କରି ପାରିବେ। ଅନ୍ୟ ନେଟଓ୍ଵାର୍କକୁ କଲ କରିବା ପାଇଁ ଗ୍ରାହକଙ୍କୁ ୩୦୦ ଏଫ୍‌ୟୁପି ମିଳିବ। ଏଥିସହିତ ଏହି ପ୍ଲାନରେ ଗ୍ରାହକ ପାଇଁ ରିଲାଏନ୍ସ ଜିଓ ଆପ୍‌ର ମାଗଣା ସବସ୍କ୍ରିପସନ୍‌ର ସୁବିଧା ବି ରହିଛି।

publive-image

ସେହିପରି ୯୮ଟଙ୍କାର ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୨୮ଦିନର ବୈଧତା ମିଳିବ। ପ୍ଲାନ୍‌ର ପୂରା ବୈଧତା ପର୍ଯ୍ୟନ୍ତ ୨ଜିବି ଡାଟା ମିଳିବ। ଏହି ପ୍ଲାନ୍‌ ସେହି ବ୍ୟବହାରକାରୀଙ୍କ ପସନ୍ଦ ରହିବ ଯେଉଁମାନେ କି ଅଧିକ କଲ କରି ଥାଆନ୍ତି। ଏହି ପ୍ଲାନ୍‌ରେ ଗ୍ରାହକ ଜିଓରୁ ଜିଓକୁ ମାଗଣା କଲ କରି ପାରୁ ଥିବାବେଳେ ଜିଓ ଛଡା ଅନ୍ୟ ନେଟଓ୍ଵାର୍କକୁ କଲ କଲେ ବ୍ୟବହାରକାରୀଙ୍କୁ ଆଇୟୁସି ଭାଉଚର ରିଚାର୍ଜ କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe