ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେୟାର୍ ସେଣ୍ଟର୍ ଉଦ୍‍ଘାଟିତ

Advertisment

ଇନଫୋସିଟି-୨ ଅଞ୍ଚଳରେ ସ୍ଥାପିତ ‘ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେୟାର୍ ସେଣ୍ଟର୍‌’କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‍ଘାଟନ କରିଛନ୍ତି। ଏହି ସେଣ୍ଟର୍‌ଟି ବାଙ୍ଗାଲୋର୍ ହସ୍‌ପିସ୍ ଟ୍ରଷ୍ଟ ଅନ୍ତର୍ଭୁକ୍ତ ‘କରୁଣାଶ୍ରୟ’ ଅନୁଷ୍ଠାନର...

ଇନଫୋସିଟି-୨ ଅଞ୍ଚଳରେ ସ୍ଥାପିତ ‘ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେୟାର୍ ସେଣ୍ଟର୍‌’କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‍ଘାଟନ କରିଛନ୍ତି। ଏହି ସେଣ୍ଟର୍‌ଟି ବାଙ୍ଗାଲୋର୍ ହସ୍‌ପିସ୍ ଟ୍ରଷ୍ଟ ଅନ୍ତର୍ଭୁକ୍ତ ‘କରୁଣାଶ୍ରୟ’ ଅନୁଷ୍ଠାନର...

ssffsf

ଭୁବନେଶ୍ୱର: ଇନଫୋସିଟି-୨ ଅଞ୍ଚଳରେ ସ୍ଥାପିତ ‘ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେୟାର୍ ସେଣ୍ଟର୍‌’କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‍ଘାଟନ କରିଛନ୍ତି। ଏହି ସେଣ୍ଟର୍‌ଟି ବାଙ୍ଗାଲୋର୍ ହସ୍‌ପିସ୍ ଟ୍ରଷ୍ଟ ଅନ୍ତର୍ଭୁକ୍ତ ‘କରୁଣାଶ୍ରୟ’ ଅନୁଷ୍ଠାନର ସହଯୋଗ ଏବଂ ସୁସ୍ମିତା ବାଗ୍‌ଚୀ ଓ ସୁବ୍ରତ ବାଗ୍‌ଚୀଙ୍କ ଅନୁଦାନରେ ପ୍ରତିଷ୍ଠା ହୋଇଛି। ଏଠାରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନର ଶେଷାବସ୍ଥାରେ ପହଞ୍ଚିଥିବା ରୋଗୀମାନଙ୍କର   ସେବା ନିଃଶୁଳ୍କ ଭାବରେ କରାଯାଏ। ଓଡ଼ିଶା ସରକାର ଏହି ସେଣ୍ଟର୍‌ ପାଇଁ ଜମି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଆବଶ୍ୟକ‌ତା ରିହାତି ଦରରେ ଯୋଗାଇ ଦେଇଛନ୍ତି। ୧୧୦ ଶଯ୍ୟା ବିଶିଷ୍ଟ ପାଲିଏଟିଭ୍ କେୟାର ସେଣ୍ଟର ଜରିଆରେ ମାଗଣାରେ ସେବା ଯୋଗାଇ ଦେବା ମାନବ କଲ୍ୟାଣର ଏକ ଅନନ୍ୟ ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  

ମାନବୀୟ ଆଦର୍ଶର ଶ୍ରେଷ୍ଠ ଉଦାହରଣ: ମୁଖ୍ୟମନ୍ତ୍ରୀ
ଭଲ କାମ କରି ନିଜକୁ ପରିଚିତ ନ କରାଇବା ସଂସ୍କାର ଓଡ଼ିଆଙ୍କ ପାଖରେ ଅଛି: ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀ ଏହି କେନ୍ଦ୍ରର ପ୍ରତିଷ୍ଠାତା ବାଗ୍‍ଚୀ ଦମ୍ପତିଙ୍କୁ ପ୍ରଶଂସା କରି ମାନବୀୟ ଉଦାହରଣର ଶ୍ରେଷ୍ଠ ଉଦାହରଣବୋଲି ମତ ଦେଇଥିଲେ। ଅତ୍ୟତମ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ସମାଜରେ ଭଲ କାମ କରି ନିଜକୁ ପରିଚିତ ନ କରାଇବାର ପରମ୍ପରା ଓଡ଼ିଆ ଲୋକମାନଙ୍କ ପାଖରେ ଅଛି । ସେହିଭଳି ସଂସ୍କାରରେ କାମ କରୁଥିବା ବାଗଚୀ ଦମ୍ପତିଙ୍କୁ ଏହି ପ୍ରୟାସ ପାଇଁ ସେ ଧନ୍ୟବାଦ ‌ଦେଇଥିଲେ। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ବିଧାୟକ ବାବୁ ସିଂହ, ଆକାଶ ଦାସ ନାୟକ, ମୁଖ୍ୟ ସଚିବ ମନୋଜ ଆହୁଜା, ସୁବ୍ରତ ବାଗ୍‌ଚୀ, ସୁସ୍ମିତା ବାଗ୍‌ଚୀ  ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe