ବାଗ୍‌ଚୀ ନେଉଥିଲେ ୧ ଟଙ୍କା ଦରମା: ଓଡ଼ିଶା ସରକାରଙ୍କ ପାଇଁ ୮ ବର୍ଷ କାମ କରିଥିଲେ

ସୂଚନା ପ୍ରଯୁକ୍ତି କମ୍ପାନି ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ସୁବ୍ରତ ବାଗ୍‌ଚୀ ଓଡ଼ିଶା ସରକାରଙ୍କ ପାଇଁ ମୁଖ୍ୟ ଉପଦେଷ୍ଟା ( ସଂସ୍ଥାଗତ ଓ ଦକ୍ଷତା ଗଠନ) ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ଷକୁ ମାତ୍ର ୧ ଟଙ୍କାର ଦରମା ନେଉଥିଲେ।

bagchi

ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି କମ୍ପାନି ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ସୁବ୍ରତ ବାଗ୍‌ଚୀ ଓଡ଼ିଶା ସରକାରଙ୍କ ପାଇଁ ମୁଖ୍ୟ ଉପଦେଷ୍ଟା ( ସଂସ୍ଥାଗତ ଓ ଦକ୍ଷତା ଗଠନ) ଭାବେ କାର୍ଯ୍ୟ କରୁଥିବା ବେଳେ ବର୍ଷକୁ ମାତ୍ର ୧ ଟଙ୍କାର ଦରମା ନେଉଥିଲେ। ସେ ନିଜେ ଏକଥା ସୋସିଆଲ ମିଡିଆ ‘ଏକ୍ସ’ରେ ପ୍ରକାଶ କରିଛନ୍ତି। ନିଜ ଶେଷ ଦରମା ବାବଦ ଷ୍ଟେଟ୍‌ ବ୍ୟାଙ୍କର ୧ ଟଙ୍କାର ଚେକ୍‌କୁ ସେ ପୋଷ୍ଟ୍‌ କରିଛନ୍ତି। 

ବାଗ୍‌ଚୀ ଲେଖିଛନ୍ତି ଯେ ଏହା ହେଉଛି ମୋ ଜୀବନର ସବୁଠୁ ମୂଲ୍ୟବାନ ସମ୍ପଦ। ସରକାରଙ୍କ ସହ ମୁଁ ଯେତିକି ବର୍ଷ କାମ କରିଥିଲି, ପ୍ରତି ବର୍ଷ ପାଇଁ ୧ ଟଙ୍କାର ଚେକ୍ ପାଇଛି। ଆଠ ବର୍ଷରେ ମୋତେ ଆଠଟି ଚେକ୍ ମିଳିଛି। କୋଟି କୋଟି ଟଙ୍କାର ମାଲିକ ହୋଇଥିବା ସତ୍ତ୍ବେ ସେ ଏହି ଦରମାକୁ ନିଜର ସବୁଠୁ ବଡ଼ ସମ୍ପଦ ବୋଲି କହିଛନ୍ତି। ନିଜ ରାଜ୍ୟ ପାଇଁ ଏହା ଆଠ ବର୍ଷର ନିରବ ଓ ନିଃସ୍ବାର୍ଥପର ସେବାକୁ ଦର୍ଶାଉଛି। କୌଣସି ଆର୍ଥିକ ଲାଭ ଆଶା ନ ରଖି ସେ କାମ ପାଇଁ ପ୍ରତିବଦ୍ଧ ହୋଇଥିଲେ ବୋଲି ଜଣାଇଛନ୍ତି। ୨୦୧୬ରେ ସେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ (ଓଏସ୍‌ଡିଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ।

କୋଭିଡ୍‌ ମହାମାରୀ ସମୟରେ ତାଙ୍କୁ ରାଜ୍ୟ ସରକାରଙ୍କ ମୁଖ୍ୟ ପ୍ରବକ୍ତା ଦାୟିତ୍ବ ଦିଆଯାଇଥିଲା। ସେହି ଭୂମିକାରେ ସେ ସାରା ରାଜ୍ୟ‌ରେ ବେଶ୍ ଲୋକପ୍ରିୟ ହୋଇପଡ଼ିଥିଲେ। ବାଗ୍‌ଚୀ ଓଡ଼ିଶା ଶିଳ୍ପ ବିଭାଗରେ ଜଣେ କିରାଣୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପରର୍ବତ୍ତୀ ସମୟରେ ସେ ମାଇଣ୍ଡଟ୍ରିର ସହ ପ୍ରତିଷ୍ଠାତା ହୋଇଥିଲେ। ଉଦ୍ୟୋଗ ଜଗତରେ ବିପୁଳ ସଫଳତା ପାଇବା ସତ୍ତ୍ବେ ସେ ନିଜ ରାଜ୍ୟକୁ ଫେରି ବିନା କୌଣସି ଅର୍ଥ ଲୋଭରେ କାମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe