ଭୁବନେଶ୍ୱର: ଦେଶର ଅଗ୍ରଣୀ ଜୀବନ ବୀମା କଂପାନି ବଜାଜ୍ ଆଲିଆଞ୍ଜ୍ ଚଳିତ ଆର୍ଥିକ ବର୍ଷରେ ୩୫ ହଜାର ନୂଆ ଏଜେଣ୍ଟ୍କୁ ସାମିଲ କରିବାକୁ ଯୋଜନା ରଖିଛି। ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂପାନିର ଚିଫ୍ ଏଜେନ୍ସି ଅଫିସର ମନିଷ ସାଙ୍ଗଲ୍ କହିଛନ୍ତି ଯେ, ୨୦୧୮-୧୯ରେ ଆମେ ୩୫ ହଜାର ନୂଆ ଏଜେଣ୍ଟ୍ ସାମିଲ କରିବୁ। ଓଡ଼ିଶାରେ ଆମର ଏବେ ୬୩୬୦ ଏଜେଣ୍ଟ୍ ଅଛନ୍ତି। ବର୍ଷ ଶେଷ ସୁଦ୍ଧା ଏହି ସଂଖ୍ୟା ୧୦ ହଜାରକୁ ବୃଦ୍ଧି ପାଇବ। ଶ୍ରୀ ସାଙ୍ଗଲ୍ କହିଛନ୍ତି ଯେ ପଲିସି ବିକ୍ରି ବଢ଼ାଇବା ପାଇଁ କଂପାନି ନୂଆ ଭର୍ଚୁଆଲ୍ ସେଲ୍ସ ଅଫିସ୍ ଖୋଲିବାକୁ ଯୋଜନା ରଖିଛି। ସାରା ଦେଶରେ ଏଭଳି ୧୦୦୦ ଅଫିସ୍ ଖୋଲିବା ଯୋଜନା ରହିଛି। ଏଥିରେ ଇଟା ସିମେଣ୍ଟ୍ର କୌଣସି କାର୍ଯ୍ୟାଳୟ ଖୋଲାଯିବ ନାହିଁ। ଏହା ଭ୍ରାମ୍ୟମାଣ କାର୍ଯ୍ୟାଳୟ ଭାବେ କାମ କରିବ। ସେଲ୍ସ ଅଫିସରମାନଙ୍କୁ ଏକ ଉପକରଣ ପ୍ରଦାନ କରାଯିବ ଯେଉଁଥିରେ ସେମାନେ ପଲିସି ବିକ୍ରିର ସବୁ କାମ କରିପାରିବେ ବୋଲି ସେ କହିଛନ୍ତି। ମହାରାଷ୍ଟ୍ରର ୧୪ଟି ସ୍ଥାନରେ କଂପାନି ପକ୍ଷରୁ ଏହାର ପରୀକ୍ଷଣ ଚାଲିଛି। ବ୍ୟକ୍ତିଗତ ରେଟେଡ୍ ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲରେ କଂପାନି ୨୦୧୮-୧୯ରେ ୪୫% ବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଜୀବନ ବୀମା ଶିଳ୍ପର ଅଭିବୃଦ୍ଧିଠାରୁ କଂପାନିର ଅଭିବୃଦ୍ଧି ଅଧିକ ରହିବ। ୨୦୧୭-୧୮ରେ ଏହା ୨୯% ଅଭିବୃଦ୍ଧି ହାସଲ କରିଥିବା ବେଳେ ଚଳିତ ବର୍ଷ ୩୫% ଅଭିବୃଦ୍ଧି ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us