ବଜାଜ୍ ଅଟୋର ୫-୫-୫ ଅଫର୍‌

Advertisment
ବଜାଜ୍ ଅଟୋର ୫-୫-୫ ଅଫର୍‌

ଭୁବନେଶ୍ବର,: ବଜାଜ୍ ଅଟୋ ପକ୍ଷରୁ ୫-୫-୫ ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ବଜାଜ୍ ବାଇକ୍‌ କିଣିଲେ ୫ ବର୍ଷର ମାଗଣା ଓନ୍ ଡ୍ୟାମେଜ୍ (ନିଜେ କରିଥିବା କ୍ଷତି) ବୀମା ସୁବିଧା, ୫ଟି ମାଗଣା ସର୍ଭିସ୍‌ ଓ ୫ ବର୍ଷର ମାଗଣା ୱାରେଣ୍ଟି ପାଇବେ। ଏହି ଅଫର କଂପାନିର ସମସ୍ତ ଡିଲରସିପ୍‌ରେ ବଛା ବଛା ମଡେଲ ଗୁଡ଼ିକରେ ଉପଲବ୍ଧ ହେଉଛି। ପ୍ଲାଟିନା, ଡିସ୍‌କଭର୍‌, ପଲ୍‌ସର୍‌ ଓ ଭି ରେଞ୍ଜ୍‌ ମୋଟରସାଇକଲ୍ ଉପରେ ୫ ବର୍ଷର ମାଗଣା ନିଜସ୍ବ କ୍ଷତି ବୀମା ସୁବିଧା ପ୍ରଦାନ କରାଯାଉଛି। ସିଟି୧୦୦, ପ୍ଲାଟିନା, ଡିସ୍‌କଭର୍‌, ଭି ଓ ପଲ୍‌ସର୍‌ ଉପରେ ଅତିରିକ୍ତ ଦୁଇଟି ମାଗଣା ସର୍ଭିସ୍‌ ପ୍ରଦାନ କରାଯାଉଛି। ଚଳିତ ମାସ ପାଞ୍ଚ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଫର ଯୋଗୁ ଗ୍ରାହକମା‌େନ ପଲସର୍‌ ଉପରେ ୯୮୦୦, ଭିରେ ୫୨୦୦, ଡିସ୍‌କଭର୍‌ରେ ୪୮୦୦ ଓ ପ୍ଲାଟିନାରେ ୪୧୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ବଜାଜ୍ ଅଟୋର ମୋଟରସାଇକଲ୍ ବ୍ୟବସାୟ ସଭାପତି ଏରିକ୍ ଭାସ୍‌ କହିଛନ୍ତି ଯେ, ବୀମା ଖର୍ଚ ଯୋଗୁ ମୋଟରସାଇକଲ୍ ଅନ୍‌ରୋଡ୍‌ ମୂଲ୍ୟରେ ୬୮୦୦ ଟଙ୍କା ଭଳି ବୃଦ୍ଧି ହୋଇଛି। ବଜାଜ ଦେଶର ପ୍ରଥମ କଂପାନି ଭାବେ ଗ୍ରାହକଙ୍କୁ ୫-୫-୫ ଭଳି ଲୋଭନୀୟ ଅଫର୍‌ ପ୍ରଦାନ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe