Bajaj bought KTM: କେଟିଏମ୍‌କୁ କିଣିଲା ବଜାଜ୍‌

ଅଷ୍ଟ୍ରିଆର ମୋଟରସାଇକଲ୍ ନିର୍ମାତା କେଟିଏମ୍ ଏଜିକୁ ବଜାଜ୍‌ ଅଟୋ ଅଧିଗ୍ରହଣ କରିଛି। କେଟିଏମ୍‌ର ସିଂହଭାଗ ଅଂଶଧନ ଅଧିଗ୍ରହଣକୁ ସମସ୍ତ ପ୍ରକାର ନିୟାମକ ମଞ୍ଜୁରି ମିଳିଥିବା କମ୍ପାନି ସ୍ପଷ୍ଟ....

Untitled-19

ନୂଆଦିଲ୍ଲୀ: ଅଷ୍ଟ୍ରିଆର ମୋଟରସାଇକଲ୍ ନିର୍ମାତା କେଟିଏମ୍ ଏଜିକୁ ବଜାଜ୍‌ ଅଟୋ ଅଧିଗ୍ରହଣ କରିଛି। କେଟିଏମ୍‌ର ସିଂହଭାଗ ଅଂଶଧନ ଅଧିଗ୍ରହଣକୁ ସମସ୍ତ ପ୍ରକାର ନିୟାମକ ମଞ୍ଜୁରି ମିଳିଥିବା କମ୍ପାନି ସ୍ପଷ୍ଟ କରିଛି। ଏଥି ସହିତ କେଟିଏମ୍ ଏବେ ବଜାଜ୍‌ର ଏକ ସହାୟକ କମ୍ପାନିରେ ପରିଣତ ହୋଇଛି। ବହୁ ଦିନରୁ କେଟିଏମ୍ ସହ ବଜାଜ ବ୍ରାଣ୍ଡ୍‌ର ସମ୍ପର୍କ ଥିଲା। ଭାରତରେ ସେହି ବ୍ରାଣ୍ଡ୍‌କୁ ପ୍ରତିଷ୍ଠା କରିବାରେ ବଜାଜ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲା। ଏହି ଅଧିଗ୍ରହଣ ପରେ କେଟିଏମ୍‌ର ମାଲିକାନା ରଖିଥିବା ସଂସ୍ଥାର ନାମ ପିଏରର ମୋବିଲିଟି ଏଜିରୁ ବଦଳି ବଜାଜ୍‌ ମୋବିଲିଟି ଏଜି ହୋଇଛି। ଏହା ଜୁରିକ ଓ ଭିଏନାରେ ତାଲିକାଭୁକ୍ତ ରହିଛି। କେଟିଏମ୍‌ର ସିଂହଭାଗ ଅଂଶଧନକୁ ବଜାଜ୍‌ ୭୭୬୫ କୋଟି ଟଙ୍କାରେ କିଣିଛି। ଚଳିତ ମାସ ୧୦ରେ ୟୁରୋପୀୟ କମିସନ ଏହି ବୁଝାମଣାକୁ ମଞ୍ଜୁର କରିଥିଲେ। ନିଜର ବିଦେଶୀ ସହାୟକ କମ୍ପାନି ବଜାଜ ଅଟୋ ଇଣ୍ଟରନ୍ୟାସନାଲ ହୋଲଡିଂସ୍ ଜରିଆରେ ବଜାଜ୍‌ ପକ୍ଷରୁ ପିଏରର ବଜାଜ ଏଜିର ୧୦୦ ପ୍ରତିଶତ ଅଂଶଧନକୁ ଅଧିଗ୍ରହଣ କରାଯାଇଛି। ଏହି ବୁଝାମଣା ସହ ପିଏରର ବଜାଜ୍‌ ଏଜିରେ ପିଏରର୍ ଗ୍ରୁପ୍‌ର ହସ୍ତକ୍ଷେପ ସମ୍ପୂର୍ଣ୍ଣ ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe