ବଜାଜ୍‌ର ସିଏନ୍‌ଜି ବାଇକ୍‌ ‘ଫ୍ରିଡମ୍‌ ୧୨୫’: ଦାମ୍ ୯୦,୭୭୧ ଟଙ୍କାରୁ ଆରମ୍ଭ

Advertisment

ଲୁଇସ୍‌ ରୋଡ୍‌ସ୍ଥିତ ଏମ୍‌ଏସ୍‌ବି ବଜାଜ ଡିଲରସିପ୍‌ରେ ବଜାଜ ଅଟୋ ପକ୍ଷରୁ ବିଶ୍ବର ପ୍ରଥମ ସିଏନ୍‌ଜି ବାଇକ୍ ‘ବଜାଜ ଫ୍ରିଡମ୍‌ ୧୨୫’କୁ ଉନ୍ମୋଚନ କରାଯାଇଛି। କମ୍ପାନିର ଆଞ୍ଚଳିକ ପ୍ରବନ୍ଧକ (ସେଲ୍‌ସ) ଶିବାନୁ ମିଶ୍ର...

ଲୁଇସ୍‌ ରୋଡ୍‌ସ୍ଥିତ ଏମ୍‌ଏସ୍‌ବି ବଜାଜ ଡିଲରସିପ୍‌ରେ ବଜାଜ ଅଟୋ ପକ୍ଷରୁ ବିଶ୍ବର ପ୍ରଥମ ସିଏନ୍‌ଜି ବାଇକ୍ ‘ବଜାଜ ଫ୍ରିଡମ୍‌ ୧୨୫’କୁ ଉନ୍ମୋଚନ କରାଯାଇଛି। କମ୍ପାନିର ଆଞ୍ଚଳିକ ପ୍ରବନ୍ଧକ (ସେଲ୍‌ସ) ଶିବାନୁ ମିଶ୍ର...

sfsfsf

ଭୁବନେଶ୍ବର: ଲୁଇସ୍‌ ରୋଡ୍‌ସ୍ଥିତ ଏମ୍‌ଏସ୍‌ବି ବଜାଜ ଡିଲରସିପ୍‌ରେ ବଜାଜ ଅଟୋ ପକ୍ଷରୁ ବିଶ୍ବର ପ୍ରଥମ ସିଏନ୍‌ଜି ବାଇକ୍ ‘ବଜାଜ ଫ୍ରିଡମ୍‌ ୧୨୫’କୁ ଉନ୍ମୋଚନ କରାଯାଇଛି। କମ୍ପାନିର ଆଞ୍ଚଳିକ ପ୍ରବନ୍ଧକ (ସେଲ୍‌ସ) ଶିବାନୁ ମିଶ୍ର, ଆଞ୍ଚଳିକ ପ୍ରବନ୍ଧକ (ସର୍ଭିସ୍) ସମ୍ପଥ କୁମାର, ଗେଲ୍‌ ଇଣ୍ଡିଆର ମହାପ୍ରବନ୍ଧକ କୌଶିକ ଦାସ, ବଜାଜର ଏରିଆ ମ୍ୟାନେଜର ସ୍ବାଧୀନ ମିଶ୍ର, ଏମ୍‌ଏସ୍‌ବି ବଜାଜର ପରିଚାଳନା ନିର୍ଦ୍ଦେଶକ ମନସୁର ବକ୍ସଙ୍କ ଉପସ୍ଥିତିରେ ନୂଆ ବାଇକ୍‌କୁ ଉନ୍ମୋଚନ କରାଯାଇଛି।

କମ୍ପାନି ପକ୍ଷରୁ ଦାବି କରାଯାଇଛି ଯେ ପାରମ୍ପରିକ ଦହନଶୀଳ ଇଞ୍ଜିନ ଥିବା ମୋଟରସାଇକଲ୍ ତୁଳନାରେ ଏଥିରେ ପରିଚାଳନା ଖର୍ଚ୍ଚ ୫୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ରହିବ। ଏଥିରେ ଦୁଇ ପ୍ରକାର ଇନ୍ଧନ ପାଇଁ ଟାଙ୍କି ରହିଛି। ପେଟ୍ରୋଲ୍‌ ପାଇଁ ୨ ଲିଟର ଓ ସିଏନ୍‌ଜି ପାଇଁ ୨ କେଜିର ଟାଙ୍କି ରହିଛି। ଉଭୟ ଟାଙ୍କିରେ ଇନ୍ଧନ ସମ୍ପୂର୍ଣ୍ଣ ଭର୍ତ୍ତି କଲେ ତାହା ୩୩୦ କିଲୋମିଟର ଯାତ୍ରା କରିପାରିବ। ମୋଟରସାଇକଲ୍‌ର ସୌନ୍ଦର୍ଯ୍ୟକୁ ବଢ଼ାଉଛି ତାହାର ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍, ଡିଜିଟାଲ୍ ସ୍ପିଡୋମିଟର। ଏଥିରେ ବ୍ଲୁ ଟୁଥ୍ ସଂଯୋଗ, ମୋନୋ ଲିଙ୍କଡ୍‌ ସସ୍‌ପେନ୍‌ସନ୍ ଓ ଲମ୍ବା ସିଟ୍ ମଧ୍ୟ ରହିଛି। ଏହାର ଏକ୍ସ ସୋ’ରୁମ୍‌ ମୂଲ୍ୟ ୯୦,୭୭୧ ଟଙ୍କାରୁ ଆରମ୍ଭ ହୋଇଛି। ଏହା ଇବୋନି ବ୍ଲାକ୍, କାରିବିୟାନ୍ ବ୍ଲୁ, ସାଇବର୍‌ ହ୍ବାଇଟ୍‌, ରେସିଂ ରେଡ୍‌ ଓ ପିୱିଟର ଗ୍ରେ ରଙ୍ଗରେ ଉପଲବ୍ଧ ହୋଇଛି। ଡିସ୍କ ଏଲ୍‌ଇଡି, ଡ୍ରମ୍ ଏଲ୍‌ଇଡି ଓ ଡ୍ରମ୍‌ ଭଳି ତିନିଟି ଭାରିଆଣ୍ଟରେ ଏହି ମୋଟରସାଇକଲ୍‌ ଉପଲବ୍ଧ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe