ବଜାଜ୍‌ର ନୂଆ ପଲ୍‌ସର ପି୧୫୦

ବଜାଜ୍‌ର ନୂଆ ପଲ୍‌ସର ପି୧୫୦

ପୁନେ: ବଜାଜ୍‌ ଅଟୋ ପକ୍ଷରୁ ପଲ୍‌ସର୍‌ ପି୧୫୦କୁ ଉନ୍ମୋଚନ କରାଯାଇଛି। ୨୦୨୧ ଅକ୍ଟୋବରରେ ଯେଉଁ ନୂଆ ପ୍ଲାଟଫର୍ମ ଆରମ୍ଭ କରାଯାଇଥିଲା ସେଥିରେ ପ୍ରସ୍ତୁତ କରାଯାଇଥିବା ଏହା ହେଉଛି ତୃତୀୟ ବାଇକ୍। ଏହା ସିଙ୍ଗଲ ଡିସ୍କ (ସିଙ୍ଗଲ୍‌ ସିଟ୍‌) ଏବଂ ଟ୍ବିନ୍ ଡିସ୍କ (ସ୍ପ୍ଲିଟ୍‌ ସିଟ୍‌) ଭଳି ଦୁଇଟି ଭର୍ସନରେ ଉପଲବ୍ଧ ହୋଇଛି। ନୂଆଦିଲ୍ଲୀରେ ଏହାର ଏକ୍ସ‌ ସୋ’ରୁମ୍ ଦାମ୍ ୧,୧୯,୫୭୫ ଟଙ୍କାରୁ ଆରମ୍ଭ ହୋଇଛି। ବେଶ ଆଧୁନିକ ଓ ସ୍ପୋର୍ଟି ଦେଖାଯାଉଥିବା ଏହି ବାଇକ୍‌ରେ ୧୫୦ ସିସିର ଇଞ୍ଜିନ ବ୍ୟବହାର କରାଯାଇଥିବା ବେଳେ ବାଇକ୍‌ର ଓଜନ ୧୦ କେଜି ହ୍ରାସ ପାଇଛି। ଫଲରେ ଶକ୍ତିକୁ ଓଜନ ଅନୁପାତରେ ୧୧% ବୃଦ୍ଧି ହୋଇପାରିଛି।

ନୂଆ ପଲସର୍‌ ପି୧୫୦ରେ ୟୁଏସ୍‌ବି ମୋବାଇଲ୍‌ ଚାର୍ଜର, ମନୋ-ସକ୍‌ ସସ୍‌ପେନ୍‌ସନ୍‌, ଏଲ୍‌ଇଡି ପ୍ରୋଜେକ୍ଟ ଲ୍ୟାମ୍ପ୍, ଗିୟର ପୋଜିସନ୍ ଇଣ୍ଡିକେଟର, ଆସ୍ୟୁରଡ୍‌ ବ୍ରେକ୍ ଭଳି ସୁବିଧା ରହିଛି। କଂପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ ରାକେଶ ଶର୍ମା କହିଛନ୍ତି ଯେ ପଲ୍‌ସର ପି୧୫୦ ନିଶ୍ଚିତ ରୂପେ ଏକ ବଡ଼ ଗାହକ ବର୍ଗଙ୍କୁ ଖୁସି କରିବ। ଏହି ବାଇକ୍ ରେସିଂ ରେଡ୍, କାରିବିଆନ୍ ବ୍ଲୁ, ଇବୋନି ବ୍ଲାକ୍ ରେଡ୍, ଇବୋନି ବ୍ଲାକ୍ ବ୍ଲୁ ଏବଂ ଇବୋନି ବ୍ଲାକ୍‌ ହ୍ବାଇଟ୍‌ ଭଳି ରଙ୍ଗରେ ଉପଲବ୍ଧ ହୋଇଛି। କୋଲକାତାରେ ଏହି ବାଇକ୍‌କୁ ଉନ୍ମୋଚନ କରାଯାଇଥିବା ବେଳେ ଖୁବ୍‌ଶୀଘ୍ର ଏହା ଦେଶର ବିଭିନ୍ନ ପ୍ରାନ୍ତରେ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe