ବଜାଜ୍‌ର ନୂଆ ଇଲେକ୍ଟ୍ରିକ୍ ଅଟୋ ‘‌ଗୋଗୋ’: ପୂରା ଚାର୍ଜ ହେଲେ ୨୫୧ କିମି ଚାଲିବ

Advertisment

ବଜାଜ୍‌ ଅଟୋ ପକ୍ଷରୁ ନୂଆ ଇଲେକ୍ଟ୍ରିକ୍ ଅଟୋ ଗୋଗୋକୁ ଉନ୍ମୋଚନ କରାଯାଇଛି। ପି୫୦୦୯, ପି୫୦୧୨ ଓ ପି୭୦୧୨ ଭଳି ତିନି ପ୍ରକାରରେ ତାହା ଉପଲବ୍ଧ ହୋଇଛି। ଏଥିରେ ‘ପି’ର ଅର୍ଥ ହେଉଛି ଯାତ୍ରୀ...

ବଜାଜ୍‌ ଅଟୋ ପକ୍ଷରୁ ନୂଆ ଇଲେକ୍ଟ୍ରିକ୍ ଅଟୋ ଗୋଗୋକୁ ଉନ୍ମୋଚନ କରାଯାଇଛି। ପି୫୦୦୯, ପି୫୦୧୨ ଓ ପି୭୦୧୨ ଭଳି ତିନି ପ୍ରକାରରେ ତାହା ଉପଲବ୍ଧ ହୋଇଛି। ଏଥିରେ ‘ପି’ର ଅର୍ଥ ହେଉଛି ଯାତ୍ରୀ...

dgdgcvvf

ପୁଣେ: ବଜାଜ୍‌ ଅଟୋ ପକ୍ଷରୁ ନୂଆ ଇଲେକ୍ଟ୍ରିକ୍ ଅଟୋ ଗୋଗୋକୁ ଉନ୍ମୋଚନ କରାଯାଇଛି। ପି୫୦୦୯, ପି୫୦୧୨ ଓ ପି୭୦୧୨ ଭଳି ତିନି ପ୍ରକାରରେ ତାହା ଉପଲବ୍ଧ ହୋଇଛି। ଏଥିରେ ‘ପି’ର ଅର୍ଥ ହେଉଛି ଯାତ୍ରୀ, ପ୍ରଥମ ଦୁଇଟି ସଂଖ୍ୟା ଗାଡ଼ିର ଆକାର ହୋଇଥିବା ବେଳେ ଶେଷ ଦୁଇ ସଂଖ୍ୟା ହେଉଛି ବ୍ୟାଟେରି କ୍ଷମତାର ସୂଚକ। ପି୫୦୦୯ର ଏକ୍ସ ସୋ’ରୁମ୍‌ ଦାମ୍ ୩,୨୬,୭୯୭ ଟଙ୍କା ଓ ପି୭୦୧୨ର ଦାମ୍‌ ୩,୮୩,୦୦୪ ଟଙ୍କା ରହିଛି। ବଜାଜ୍ ଅଟୋର ଡିଲର୍‌ସିପ୍‌ଗୁଡ଼ିକରେ ଗାଡ଼ିର ବୁକିଂ ଜାରି ରହିଛି।

ବଜାଜ୍‌ ପକ୍ଷରୁ ଗୋଗୋ ବ୍ରାଣ୍ଡ୍‌ ଅଧୀନରେ ଉଭୟ ଯାତ୍ରୀବାହୀ ଓ ମାଲବାହୀ ଯାନ ଅଣାଯିବ। ଏହାର ଗାଡ଼ି ଗୋଟିଏ ଥର ପୂରା ଚାର୍ଜ ହେଲେ ୨୫୧ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଏଥିରେ ଶିଳ୍ପର ପ୍ରଥମ ଟୁ-ସ୍ପିଡ୍ ଟ୍ରାନ୍ସମିସନ୍ ରହିଛି। ଏହାର ଅନ୍ୟାନ୍ୟ ବିଶେଷତ୍ବଗୁଡ଼ିକ ହେଉଛି ସ୍ବୟଂଚାଳିତ ବିପଦ ସଙ୍କେତ, ଆଣ୍ଟି ରୋଲ୍ ଡିଟେକ୍ସନ, ଶକ୍ତିଶାଳୀ ଏଲ୍‌ଇଡି ଲାଇଟ୍‌ ଓ ହିଲ୍ ହୋଲ୍ଡ ଆସିଷ୍ଟ। କମ୍ପାନି ପକ୍ଷରୁ ବ୍ୟାଟେରି ଉପରେ ୫ ବର୍ଷ ୱାରେଣ୍ଟି ପ୍ରଦାନ କରାଯାଉଛି। ବଜାଜ୍‌  ଅଟୋର ସିଟି ବିଜନେସ୍ ୟୁନିଟ୍‌ର ସଭାପତି ସମରଦୀପ ସୁବନ୍ଧ କହିଛନ୍ତି ଯେ ବଜାଜ୍‌ ଗୋଗୋ ନିଜ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରିବ। ଅଧିକ ରୋଜଗାର ଏବଂ ଡାଉନ୍‌ଟାଇମ୍ ଓ ରକ୍ଷଣାବେକ୍ଷଣ କମ୍ କରିବାକୁ ଚାହୁଥିବା ଗ୍ରାହକମାନଙ୍କୁ ଏହା ବ୍ୟାପକ ସମାଧାନ ପ୍ରଦାନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe