ବାଲିଯାତ୍ରା ପ୍ରାଚୀନ ନୌବାଣିଜ୍ୟର ପରିଚୟ: ପ୍ରଭାତୀ

Advertisment

ଓଡିଶାର ପ୍ରାଚୀନ ନୌବାଣିଜ୍ୟ ଐତିହ୍ୟ ଇତିହାସର ଜୀବନ୍ତ ମୁକସାକ୍ଷୀ। ଏହା ସର୍ବଦା ଓଡିଶାବାସୀଙ୍କୁ ଅନୁପ୍ରାଣିତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ଉତ୍କଳର ସେହି ବୀର ସାଧବମାନେ ବୋଇତ ଦ୍ୱାରା ବାଲି, ଜାଭା, ସୁମାତ୍ରା ଓ ଥାଇଲାଣ୍ଡ ସହ....

ଓଡିଶାର ପ୍ରାଚୀନ ନୌବାଣିଜ୍ୟ ଐତିହ୍ୟ ଇତିହାସର ଜୀବନ୍ତ ମୁକସାକ୍ଷୀ। ଏହା ସର୍ବଦା ଓଡିଶାବାସୀଙ୍କୁ ଅନୁପ୍ରାଣିତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ଉତ୍କଳର ସେହି ବୀର ସାଧବମାନେ ବୋଇତ ଦ୍ୱାରା ବାଲି, ଜାଭା, ସୁମାତ୍ରା ଓ ଥାଇଲାଣ୍ଡ ସହ....

adgdgadgzccv

ଭୁବନେଶ୍ବର: ଓଡିଶାର ପ୍ରାଚୀନ ନୌବାଣିଜ୍ୟ ଐତିହ୍ୟ ଇତିହାସର ଜୀବନ୍ତ ମୁକସାକ୍ଷୀ। ଏହା ସର୍ବଦା ଓଡିଶାବାସୀଙ୍କୁ ଅନୁପ୍ରାଣିତ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ଉତ୍କଳର ସେହି ବୀର ସାଧବମାନେ ବୋଇତ ଦ୍ୱାରା ବାଲି, ଜାଭା, ସୁମାତ୍ରା ଓ ଥାଇଲାଣ୍ଡ ସହ ବାଣିଜ୍ୟ ସମ୍ପର୍କ ସ୍ଥାପନ କରି ନିଜ ଦେଶକୁ ଅମାପ ଧନ ସମ୍ପଦ ଆଣି ଆସୁଥିଲେ। ଏପରିକି ଶ୍ରୀଲଙ୍କା ଓ ଦକ୍ଷିଣ ପୂର୍ବ ଏସିଆ ସହ ଆମର ପ୍ରାଚୀନ ନୌବାଣିଜ୍ୟ ସମ୍ପର୍କ ଥିବା ପତ୍ନତତ୍ତ୍ୱ ଖନନରୁ ଜଣାପଡିଛି। ବୋଇତ ବନ୍ଦାଣ ଓ ଏସିଆର ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା ଭାବେ ପରିଚିତ କଟକ ବାଲିଯାତ୍ରା ପ୍ରାଚୀନ ନୌବାଣିଜ୍ୟର ପରିଚୟ ବୋଲି ଶ୍ରୀମତୀ ପରିଡା ଉଲ୍ଲେଖ କରିଛନ୍ତି।

ଓଡ଼ିଶା ପାଭିଲିୟନ, ବାଲୁକା କଳା ଦେଖିଲେ

ମୁମ୍ବାଇଠାରେ ଆୟୋଜିତ ଇଣ୍ଡିଆ ମାରିଟାଇମ୍‌ ୱିକ୍ ୨୦୨୫ରେ ଯୋଗଦେବା ଅବସରରେ ଭାରତର ନୌବାଣିଜ୍ୟ ସମ୍ପର୍କ ଉପରେ ବକ୍ତବ୍ୟ ରଖି ସେ ଏହା କହିଛନ୍ତି। ଚଳିତ ବର୍ଷ କଟକ ବାଲିଯାତ୍ରା ନଭେମ୍ବର ୫ ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏବଂ ଏହାକୁ ଦେଖିବାକୁ ଆସିବାକୁ ଉପସ୍ଥିତ ସମସ୍ତଙ୍କୁ ସେ ଆମନ୍ତ୍ରଣ ଜଣାଇଥିଲେ। ଏହି ଅବସରରେ ସେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଖୋଲାଯାଇଥିବା ପାଭିଲିୟନ ପରିଦର୍ଶନ କରିଥିଲେ। ଓଡ଼ିଶା ପାଭିଲିୟନ୍  ରାଜ୍ୟର ଉଲ୍ଲେଖନୀୟ ସାମୁଦ୍ରିକ ଯାତ୍ରାକୁ ପ୍ରଦର୍ଶିତ କରୁଥିବା ଏକ ପ୍ରଭାବଶାଳୀ ପ୍ରଦର୍ଶନ ବୋଲି  ସେ କହିଛନ୍ତି।  ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ, ଆଧୁନିକ ବନ୍ଦର ଭିତ୍ତିଭୂମି ଏବଂ ମହତ୍ୱାକାଂକ୍ଷୀ ନୀଳ ଅର୍ଥନୀତି ରୋଡମ୍ୟାପ୍ ଉପରେ ସେ ଆଲୋକପାତ କରିଥିଲେ। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ତାଙ୍କୁ ସ୍ୱାଗତ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe