ଚୀନ୍‌ ଉପକରଣ କିଣିବାକୁ ପିଏସ୍‌ୟୁଙ୍କୁ ବାରଣ

Advertisment
ଚୀନ୍‌ ଉପକରଣ କିଣିବାକୁ ପିଏସ୍‌ୟୁଙ୍କୁ ବାରଣ

ନୂଆଦିଲ୍ଲୀ: ଚୀନ୍‌ର ପ୍ରଯୁକ୍ତି ଓ ଉପକରଣ ଉପରେ ଅତ୍ୟଧିକ ନିର୍ଭରଶୀଳ ନରହିବାକୁ ଦେଶର କିଛି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରର ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ଓ ସରକାରୀ ସଂସ୍ଥାଗୁଡ଼ିକୁ କୁହାଯାଇଛି। ଏବିଷୟରେ ସେମାନଙ୍କୁ ସଚେତନ ମଧ୍ୟ କରାଯାଉଛି। ଆଣବିକ ଶକ୍ତି, ପ୍ରସାରଣ, ଛାପା ଓ ଡିଜିଟାଲ୍‌ ଗଣମାଧ୍ୟମ, ପ୍ରତିରକ୍ଷା, ମହାକାଶ ଓ ଟେଲିଯୋଗାଯୋଗ କ୍ଷେତ‌୍ରରେ କାମ କରୁଥିବା ସଂସ୍ଥାଗୁଡ଼ିକୁ ଚୀନ୍‌ ଉପକରଣ କିଣିବା ଲାଗି ଏକ ପ୍ରକାର ବାରଣ କରାଯାଇଛି।

ବିଦ୍ୟୁତ ଶକ୍ତି, ବେସାମରିକ ବିମାନ ଚଳାଚଳ, ଖଣି, ରେଳବାଇ, ସ୍ବାସ୍ଥ୍ୟ ଓ ସହରାଞ୍ଚଳ ପରିବହନ କ୍ଷେତ୍ରରେ କାମ କରୁଥିବା ସଂସ୍ଥାଗୁଡ଼ିକୁ ମଧ୍ୟ ଚୀନ୍ ଉପକରଣ ଓ ପ୍ରଯୁକ୍ତି ପ୍ରତି ସାବଧାନ ରହିବାକୁ କୁହାଯାଇଛି। ଚୀନ୍‌ ଉପକରଣ ଓ ପ୍ରଯୁକ୍ତିକୁ ସରକାର ଖୋଲାଖୋଲି ଭାବେ ନିଷିଦ୍ଧ କରିବାକୁ ଚାହୁନାହାନ୍ତି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କାମ କରୁଥିବା ସରକାରୀ ସଂସ୍ଥାଗୁଡ଼ିକ ତାହା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରୁହନ୍ତୁ ବୋଲି ସରକାର ଚାହୁନାହାନ୍ତି। ଅଳ୍ପ ଦାମ୍‌ରେ ମିଳୁଥିଲେ ମଧ୍ୟ ଚୀନ୍‌ ଭିନ୍ନ ଅନ୍ୟ ଦେଶରେ ମିଳୁଥିବା ପ୍ରଯୁକ୍ତି ଆଣିବା ଉପରେ ଗୁରୁତ୍ବ ଦେବାକୁ କଂପାନିଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe