ଅଗଷ୍ଟରେ ୯ ଦିନ ବ୍ୟାଙ୍କ ବନ୍ଦ

Advertisment
ଅଗଷ୍ଟରେ ୯ ଦିନ ବ୍ୟାଙ୍କ ବନ୍ଦ

Zee News

ଭୁବନେଶ୍ବର: ଅଗଷ୍ଟ ମାସରେ ଓଡ଼ିଶାରେ ୯ ଦିନ ବ୍ୟାଙ୍କ ବନ୍ଦ ରହିବ। ଉକ୍ତ ମାସରେ ୪ଟି ରବିବାର ସମେତ ଦ୍ବିତୀୟ ଓ ଚତୁର୍ଥ ଶନିବାର ପାଇଁ ୬ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହାବ୍ୟତୀତ ୧୫ ତାରିଖରେ ସ୍ବାଧୀନତା ଦିବସ, ୧୮ ତାରିଖ ଜନ୍ମାଷ୍ଟମୀ ଏବଂ ୩୧ ତାରିଖ ଗଣେଶ ପୂଜା ପାଇଁ ବ୍ୟାଙ୍କ ଛୁଟି ରିହିବ। ଗୁରୁତ୍ବପୂର୍ଣ୍ଣ କଥା ହେ‌ଲା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ଲଗାତାର ୩ ଦିନ ବନ୍ଦ ରହିବ। କାରଣ ୧୩ ତାରିଖ ଦ୍ବିତୀୟ ଶନିବାର, ୧୪ ତାରିଖ ରବିବାର ଓ ୧୫ ତାରିଖ ସ୍ବାଧୀନତା ଦିବସ ପଡ଼ୁଛି। ଉପରୋକ୍ତ ଛୁଟି ଗୁଡ଼ିକ ମଧ୍ୟରୁ କେତୋଟି ଛୁଟି ଦେଶର ସବୁ ସ୍ଥାନରେ ଦେଖିବାକୁ ମିଳିବ। ରାଜ୍ୟ ଓ ଅଞ୍ଚଳ ଅନୁସାରେ ଅନ୍ୟ ଛୁଟି ଦିନଗୁଡ଼ିକରେ ଭିନ୍ନତା ରହିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe