ବ୍ୟାଙ୍କ ସଙ୍କଟ ପ୍ରଭାବ: ସୁନା ୬୦ ହଜାର ଟପିବ

Advertisment
୭୧ ହଜାର ଟପିଲା ସୁନା: ରୁପା ମୂଲ୍ୟ ୮୭ ହଜାର

www.google.com

ନୂଆଦିଲ୍ଲୀ: କମୋଡିଟି ଏକ୍ସଚେଞ୍ଜ୍‌ରେ ସୁନା ମୂଲ୍ୟରେ ବୃଦ୍ଧି ହୋଇଛି। ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୫୯,୪୨୦ ଟଙ୍କା ହୋଇଛି। ଏପ୍ରିଲ୍ ମାସରେ ଡେଲିଭରି ଦିଆଯିବାକୁ ଥିବା ସୁନା ଦାମ୍‌ ୧୪୧୪ ଟଙ୍କା ବୃଦ୍ଧି ପାଇଛି। ତେଣୁ ଆସନ୍ତା ସପ୍ତାହ ସୁଦ୍ଧା ସୁନା ଦାମ୍ ୬୦ ହଜାର ଟଙ୍କାରୁ ଅଧିକ ହୋଇଯିବ ବୋଲି କୁହାଯାଉଛି। କେବଳ ସୁନା ନୁହେଁ ରୁପା ଦାମ୍‌ ବି ବଢ଼ୁଛି। ରୁପାର କେଜି ପିଛା ଦାମ୍ ୨୧୧୮ ଟଙ୍କା ବୃଦ୍ଧି ପାଇ ୬୮,୬୪୯ ଟଙ୍କା ହୋଇଛି। ଆମେରିକା ଓ ୟୁରୋପରେ ଦେଖାଦେଇଥିବା ବ୍ୟାଙ୍କ ସଙ୍କଟ ନିବେଶକମାନଙ୍କୁ ପ୍ରଭାବିତ କରିଥିବାରୁ ସେମାନେ ସୁରକ୍ଷିତ ନିବେଶ ମାଧ୍ୟମ କୁହାଯାଉଥିବା ସୁନା ଆଡ଼କୁ ଢଳିଛନ୍ତି। ଏହି ହଳଦିଆ ମୂଲ୍ୟବାନ ଧାତୁର ଚାହିଦା ବଢ଼ିବାରୁ ତାହା ମହଙ୍ଗା ହେବାରେ ଲାଗିଛି। ଭାରତରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍‌ରେ ଏହାର ଦାମ୍ ବଢ଼ୁଛି। ତେବେ କମୋଡିଟି ଏକ୍ସଚେଞ୍ଜ୍‌ରେ ସୁନା ମୂଲ୍ୟ ଗହଣା ଦୋକାନଗୁଡ଼ିକରେ ବିକ୍ରି ହେଉଥିବା ସୁନା ମୂଲ୍ୟଠାରୁ ଭିନ୍ନ। ଗହଣା ବଜାରରେ ସୁନା ଦାମ୍ ଏହାଠାରୁ କମ୍ ରହିଛି।

ମଲ୍‌ଟି କମୋଡିଟି ଏକ୍ସଚେଞ୍ଜ୍‌ରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ମୂଲ୍ୟରେ ୪,୩୬୬ ଟଙ୍କାର ବୃଦ୍ଧି ହୋଇଛି। ଆଗାମୀ ଦିନରେ ଏହି ମୂଲ୍ୟ ୬୦,୨୦୦ ଟଙ୍କା ପର୍ଯ୍ୟନ୍ତ ସ୍ତରକୁ ଯାଇପାରେ। ସେହିପରି ରୁପାର କେଜି ପିଛା ଦାମ୍ ୬୭ ହଜାର ଟଙ୍କାରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଇଆଇଏଫ୍ଏଲ୍‌ ସିକ୍ୟୁରିଟିଜ୍‌ର ଉପସଭାପତି ଅନୁଜ ଗୁପ୍ତା ଆକଳନ କରିଛନ୍ତି। ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନା ମହଙ୍ଗା ହେଉଛି। ସୁନାର ଆଉନ୍‌ସ ପିଛା ଦାମ୍ ୨.୮ ପ୍ରତିଶତ ବୃଦ୍ଧି ପାଇ ୧୯୭୧.୯୫ ଡଲାର ହୋଇଛି। ୨୦୨୨ ଏପ୍ରିଲ୍ ପରେ ସୁନା ମୂଲ୍ୟର ଏହା ସର୍ବାଚ୍ଚ ସ୍ତର। ଆସନ୍ତା ସପ୍ତାହରେ ଏହି ମୂଲ୍ୟ ଆଉ ୨୩ କିମ୍ବା ୨୪ ଡଲାର ବୃଦ୍ଧି ପାଇ ୨୦୩୦ ଡଲାର ପର୍ଯ୍ୟନ୍ତ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଆମେରିକାରେ ଗୋଟିଏ ପରେ ଗୋଟିଏ ତିନିଟି ବ୍ୟାଙ୍କ ବିଫଳ ହେବା ପରେ ଉଭୟ ସୁନା ଓ ରୁପାର ଚାହିଦା ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe