ସାବଧାନ ! ଏହି କାମ ନକଲେ ଜାନୁଆରି ୧ରୁ ବାଉନ୍ସ ହୋଇଯିବ ଆପଣଙ୍କ ଚେକ୍‌

Advertisment
ସାବଧାନ ! ଏହି କାମ ନକଲେ ଜାନୁଆରି ୧ରୁ ବାଉନ୍ସ ହୋଇଯିବ ଆପଣଙ୍କ ଚେକ୍‌

ନୂଆଦିଲ୍ଲୀ: ଯଦି ଆପଣ ଅଧିକାଂଶ ଲେଣଦେଣର କାମ ଚେକ୍‌ ସାହାଯ୍ୟରେ କରୁଛନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଗାମୀ ମାସରୁ ଆପଣଙ୍କ ଚେକ୍‌ କ୍ଲିୟର ହୋଇ ପାରିବ ନାହିଁ। ଚେକ୍‌ ବାଉନ୍ସ ହେତୁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏସ୍‌ବିଆଇ, ପଞ୍ଜାବ ନେସ୍‌ନାଲ ବ୍ୟାଙ୍କ ସମେତ ଅନେକ ବ୍ୟାଙ୍କ ଚେକ୍‌ବୁକ୍‌କୁ ନେଇ ଗ୍ରାହକଙ୍କୁ ଆଲର୍ଟ କରିଛନ୍ତି। ଏବଂ ଡିସେମ୍ବର ୩୧ ସୁଦ୍ଧା ନିଜର ପୁରୁଣା ଚେକ୍‌ ବୁକ୍‌ ଜମା କରିବା ସହିତ ନୂଆ ଚେକ୍‌ ବୁକ୍‌ ଇସୁ କରିବାକୁ କହିଛନ୍ତି। ଯଦି ଆପଣମାନେ ଏହି ନିମୟ ପାଳନ ନକରନ୍ତି ତେବେ ୨୦୧୯ ଜାନୁଆରି ୧ରୁ ଆପଣଙ୍କ ପୁରୁଣା ଚେକ୍‌ବୁକ୍‌ ଅସମାନ୍ୟ ହୋଇଯିବ।

ବ୍ୟାଙ୍କ ନିଜ ଗ୍ରାହକଙ୍କୁ ନନ ସିଟିଏସ୍‌ ଚେକ୍‌ ବୁକ୍‌ ଜମା କରି, ନୂଆ ସିଟିଏସ୍‌ ଚେକ୍‌ବୁକ୍‌ ନେବା ପାଇଁ କହିଛି। ଏମିତି କରିବା ପାଇଁ ପ୍ରତ୍ୟେକ ବ୍ୟାଙ୍କ୍‌ର ଅଲଗାଅଲଗା ଡେଡ୍‌ଲାଇନ୍‌ ରହିଛି। ଏସ୍‌ବିଆଇ ଏହାକୁ ଡିସେମ୍ବର ୧୨ରୁ ବନ୍ଦ କରି ସାରିଛି। ସେହିପରି ଅନ୍ୟ ବ୍ୟାଙ୍କ ଡିସେମ୍ବର ୩୧ ପରେ ନନ ସିଟିଏସ୍‌ ଚେକ୍‌କୁ ବନ୍ଦ ବୋଲି ଘୋଷଣା କରିଛି।

publive-image

ଆରବିଆଇ ତିନିମାସ ପୂର୍ବରୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇ କହିଥିଲା କି, ୨୦୧୯ ଜାନୁଆରିରୁ ସମସ୍ତ ନନ ସିଟିଏସ୍‌ ଚେକ୍‌ ବୁକ୍‌ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯିବ। ଆରବିଆଇର ଏହି ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ବ୍ୟାଙ୍କଗୁଡ଼ିକ ନିଜ ଗ୍ରାହକଙ୍କୁ ଡିସେମ୍ବର ୩୧ ଭିତରେ ନନ ସିଟିଏସ୍‌ ଚେକ୍‌ବୁକ୍‌ ବଦଳାଇବାକୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe