ବ୍ୟାଙ୍କ ଜାଲିଆତି ପଛର ‘କରିତ୍‌କର୍ମା’

Advertisment
ବ୍ୟାଙ୍କ ଜାଲିଆତି ପଛର ‘କରିତ୍‌କର୍ମା’

ନିୟମିତ ବ୍ୟବଧାନରେ ବ୍ୟାଙ୍କ ଜାଲିଆତିକୁ ନେଇ ଖବର ପ୍ରକାଶ ପାଉଛି। ଏହି ସବୁ ଜାଲିଆତିରେ ବ୍ୟାଙ୍କ ମୁଖ୍ୟମାନଙ୍କ ଭୂମିକା ସନ୍ଦେହଜନ ରହିଛି। କିଛି ବ୍ୟାଙ୍କ ମୁଖ୍ୟଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରେ ଲୋକଙ୍କ ଜମା ରାଶି କେତେ ସୁରକ୍ଷିତ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଋଣ ଜାଲିଆତି ପାଇଁ ବିବାଦରେ ଫସିଥିବା କିଛି ବ୍ୟାଙ୍କ ମୁଖ୍ୟଙ୍କ ସମ୍ପର୍କରେ ଏହି ବିଶେଷ ଉପସ୍ଥାପନା

ଆର୍‌ କେ ଦୁବେ, ପୂର୍ବତନ ସିଏମ୍‌ଡି, କାନାରା ବ୍ୟାଙ୍କ
ଗତ ମାର୍ଚ୍ଚ ମାସରେ କାନାରା ବ୍ୟାଙ୍କର ପୂର୍ବତନ ସିଏମ୍‌ଡି ଆର୍‌ କେ ଦୁବେଙ୍କ ନାମରେ ସିବିଆଇ ଋଣ ଠକେଇ ମାମଲା ରୁଜୁ କରିଛି। ୬୮ କୋଟି ଋଣ ଠକେଇ ଘଟଣାରେ ଏହି ମାମଲା ରୁଜୁ ହୋଇଛି। ୨୦୧୩ ମସିହାରେ ଶ୍ରୀ ଦୁବେ ଏହି ଋଣ ମଞ୍ଜୁର କରିଥିଲେ।

ଯୋଗେଶ ଅଗ୍ରଓ୍ଵାଲ, ପୂର୍ବତନ ଅଧ୍ୟକ୍ଷ, ଆଇଡିବିଆଇ ବ୍ୟାଙ୍କ

publive-imageଗତବର୍ଷ ଜାନୁଆରିରେ ବିଜୟ ମାଲ୍ୟାଙ୍କ ଋଣ ଖିଲାପୀ ମାମଲାରେ ସିବିଆଇ ଆଇଡିବିଆଇ ବ୍ୟାଙ୍କର ତତ୍କାଳୀନ ଅଧ୍ୟକ୍ଷ ଯୋଗେଶ ଅଗ୍ରଓ୍ଵାଲଙ୍କ ସମେତ ଡେପୁଟି ଏମ୍‌ଡି ବି କେ ବାତ୍ରା ଏବଂ ଅନ୍ୟ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଥିଲା।

ଉଷା ଅନନ୍ତସୁବ୍ରମଣ୍ୟନ୍‌, ପୂର୍ବତନ ସିଇଓ, ପିଏନ୍‌ବି
ଗତମାସରେ ପିଏନ୍‌ବିରୁ ନିରବ ମୋଦିଙ୍କ ଋଣ ମହାଠକେଇ ମାମଲାରେ ଏହି ବ୍ୟାଙ୍କର ପୂର୍ବତନ ସିଇଓ ଉଷା ଅନନ୍ତସୁବ୍ରମଣନ୍‌ଙ୍କ ସମେତ ଦୁଇଜଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିଛି।

ଅର୍ଚ୍ଚନା ଭାର୍ଗବ, ପୂର୍ବତନ ସିଏମ୍‌ଡି, ୟୁବିଆଇ
ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ପୂର୍ବତନ ସିଏମ୍‌ଡି ଅର୍ଚ୍ଚନା ଭାର୍ଗବଙ୍କ ନାମରେ ଏକ ମାମଲା ରୁଜୁ କରିଛି। ଆୟ ତୁଳନାରେ ୩.୬ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କ ନାମରେ ଏହି ମାମଲା ହୋଇଛି।

ଅରୁଣ କୌଲ, ପୂର୍ବତନ ସିଏମ୍‌ଡି, ୟୁକୋ ବ୍ୟାଙ୍କ
ଗତ ଏପ୍ରିଲରେ ସିବିଆଇ ୟୁକୋ ବ୍ୟାଙ୍କର ପୂର୍ବତନ ସିଏମ୍‌ଡି ଅରୁଣ କୌଲଙ୍କ ବିରୋଧରେ ମାମଲା ରୁଜୁ କରିଛି। ଇରା ଇଞ୍ଜିନିୟରିଂ ଇନ୍‌ଫ୍ରା ଇଣ୍ଡିଆକୁ ଦିଆଯାଇଥିବା ୬୨୧ କୋଟି ଟଙ୍କାର ଋଣ ଠକେଇ ଅଭିଯୋଗ ତାଙ୍କ ନାମରେ ଆସିଛି।

ଚନ୍ଦା କୋଚ୍ଚର, ସିଇଓ, ଆଇସିଆଇସିଆଇ ବ୍ୟାଙ୍କ
ଭିଡିଓକନ୍‌କୁ ଋଣ ମଞ୍ଜୁର ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚର ଛନ୍ଦି ହୋଇ ପଡ଼ିଛନ୍ତି। ବ୍ୟାଙ୍କ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ଏନ୍‌ ଶ୍ରୀକିଷ୍ଣାଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe