ଚଳିତମାସରେ ଲଗାତାର ୪ଦିନ ବନ୍ଦ ରହିବ ବ୍ୟାଙ୍କ, ଶୀଘ୍ର ସାରି ଦିଅନ୍ତୁ ଜରୁରୀ କାମ

Advertisment
ଶନିବାର ଦିନ ବ୍ୟାଙ୍କ ଖୋଲା ରହିବ, ସୋମବାର ଛୁଟି

ନୂଆଦିଲ୍ଲୀ: ଆପଣଙ୍କର  ଚଳିତମାସରେ ଯଦି ବ୍ୟାଙ୍କ ସମ୍ବନ୍ଧୀୟ ଜୁରୁରୀକାମ ରହିଛି ତେବେ ତାହାକୁ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ମାର୍ଚ୍ଚ ଶେଷ ସପ୍ତାହରେ ୪ଦିନ ପାଇଁ ଲଗାତାର ବ୍ୟାଙ୍କ ବନ୍ଦ ରହିବ। ଏମିତିରେ ଆପଣଙ୍କ ଜରୁରୀ କାମ ଅଟକି ଯାଇପାରେ। କାମ ଶେଷ ନ କଲେ ୪ ଦିନ ଅପେକ୍ଷା କରିବା ପରେ ପୁଣି ଯାଇ ଏପ୍ରିଲ ୨ରେ କରିପାରିବେ। ଏଥିସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ବି ବନ୍ଦ ରହିବ।

publive-image

ସୂଚନାଯୋଗ୍ୟ, ମାର୍ଚ୍ଚ ଶେଷ ସପ୍ତାହରେ ୪ଦିନ ସରକାରୀ ଛୁଟି ରହିଛି। ଯେଉଁଥିପାଇଁ ବ୍ୟାଙ୍କ ସହିତ ସରକାରୀ କାର୍ଯ୍ୟାଳୟ ବି ୨୯ମାର୍ଚ୍ଚରୁ ନେଇ ଏପ୍ରିଲ ୧ ପର୍ଯ୍ୟନ୍ତ ବନ୍ଦ ରହିବ। ଅର୍ଥାତ୍‌ ମାର୍ଚ୍ଚ ୨୯ ତାରିଖରେ ଭଗବାନ ମହାବୀର ଜୟନ୍ତୀ, ମାର୍ଚ୍ଚ ୩୦ରେ ଗୁଡ ଫ୍ରାଇଡେ, ୩୧ମାର୍ଚ୍ଚ ବ୍ୟାଙ୍କ କ୍ଲୋଜିଂ ଡେ ଓ ଏପ୍ରିଲ ୧ ରବିବାର ଛୁଟିଦିନ ପଡ଼ୁଥିବା ହେତୁ ବନ୍ଦ ରହିବ। ଏହି ୪ଦିନ ମଧ୍ୟରେ ନା କୌଣସି ଡ୍ରାପ୍ଟ ନା କୌଣସି ଚେକ୍‌ କ୍ଲିୟର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe