୫ ଲକ୍ଷର ଜମା ଉପରେ ମିଳିବ ଗ୍ୟାରେଣ୍ଟି! ଏବେ ଜମାକାରୀଙ୍କୁ ଲକ୍ଷେ ଟଙ୍କା ଉପରେ ମିଳୁଛି ସୁରକ୍ଷା

Advertisment

ଷ୍ଟାମ୍ପ୍ ଲାଗିଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପାସ୍‌ବୁକ୍‌ ଭାଇରାଲ୍

ଷ୍ଟାମ୍ପ୍ ଲାଗିଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପାସ୍‌ବୁକ୍‌ ଭାଇରାଲ୍

ନଗଦ ଜମା ଅନୁପାତ ଚିନ୍ତାଜନକ: ପଶ୍ଚିମବଙ୍ଗ,  ଆନ୍ଧ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ଠାରୁ ଓଡ଼ିଶା ପଛ‌ରେ

The Hindu

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ ଜମା ଉପରେ ବୀମା ସୁବିଧା ୧ ଲକ୍ଷ ଟଙ୍କାରୁ ବୃଦ୍ଧି କରାଯାଇ ୨ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇପାରେ। ଏବେ ବ୍ୟାଙ୍କ ଜମାରାଶି ଉପରେ ପ୍ରତ୍ୟେକ ଗ୍ରାହକଙ୍କୁ ୧ ଲକ୍ଷର ବୀମା ସୁବିଧା ପ୍ରଦାନ କରୁଛି। ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ୍ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ୍ (ଡିଆଇସିଜିସି) ପକ୍ଷରୁ ଗ୍ରାହକଙ୍କୁ ସୁବିଧା ମିଳୁଛି। ଏହାର ଅର୍ଥ ହେଲା ଯଦି ଜଣେ ଗ୍ରାହକ କୌଣସି ଏକ ବ୍ୟାଙ୍କରେ ୧୦ ଲକ୍ଷ ଟଙ୍କା ଜମା କରିଛନ୍ତି ଏବଂ କୌଣସି କାରଣବଶତଃ ସେହି ବ୍ୟାଙ୍କ ବୁଡ଼ିଗଲା ତାହେଲେ ଗ୍ରାହକଙ୍କୁ ଏବେ କେବଳ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବାର ଗ୍ୟାରେଣ୍ଟି ମିଳୁଛି। ଏବେ କିନ୍ତୁ ସରକାର ଏହି ନିୟମରେ ପରିବର୍ତ୍ତନ କରିବାକୁ ଯୋଜନା ଚଳାଇଛନ୍ତି।

ସରକାରୀ ବ୍ୟାଙ୍କରେ ଜମାକାରୀଙ୍କୁ ଅଧିକ ରାଶି ଉପରେ ଗ୍ୟାରେଣ୍ଟି ମିଳୁ ବୋଲି ସରକାର ଆଗ୍ରହୀ ଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଏ ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଚାର ବିମର୍ଶ ମଧ୍ୟ ଆରମ୍ଭ ହୋଇଯାଇଛି। ଅଧିକାରୀଙ୍କ କହିବାନୁଯାୟୀ, ଜମାକାରୀଙ୍କୁ ଅଧିକ ରାଶି ଉପରେ ଗ୍ୟାରେଣ୍ଟି ପ୍ରଦାନ କରାଗଲେ ସରକାରଙ୍କୁ କେତେକ ଲାଭ ମିଳିବ। ପ୍ରଥମତଃ ବ୍ୟାଙ୍କରେ ଟଙ୍କା ଜମା କରିବାର ଭୟ ଗ୍ରାହକଙ୍କ ମନରେ ହ୍ରାସ ପାଇବ। ଦ୍ବିତୀୟତଃ ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ମଧ୍ୟ ବଢ଼ିବ। ଏଥିସହିତ ବ୍ୟାଙ୍କଗୁଡ଼ିକର ମୋଟ ଜମା ବଢ଼ିଲେ ସେମାନେ ଅଧିକରୁ ଅଧିକ ଋଣ ଦେବାକୁ ସକ୍ଷମ ହେବେ। ଦେଶରେ ଏବେ ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କରେ ଦେଖାଦେଇଥିବା ଘୋଟାଲାକୁ ନେଇ ବ୍ୟାଙ୍କ ଉପରେ ଲୋକଙ୍କ ଭରସା କମିଯାଇଛି। ତେଣୁ ସରକାର ଫାଇନାନ୍ସ ରିଜୋଲ୍ୟୁସନ୍ ଆଣ୍ଡ ଡିପୋଜିଟ୍ ଇନସ୍ୟୁରାନ୍ସ (ଏଫଆରଡିଆରଆଇ) ବିଲ୍‌କୁ ନୂଆ ରୂପରେ ଆଣିବା ପାଇଁ ଯୋଜନା କରୁଛନ୍ତି। ସାଧାରଣରେ ମଧ୍ୟ ଜମା ରାଶି ଉପରେ ବୀମା ସୁବିଧା ବଢ଼ାଇବା ପାଇଁ ଦାବି ହୋଇଆସୁଛି।

ଷ୍ଟାମ୍ପ୍ ଲାଗିଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପାସ୍‌ବୁକ୍‌ ଭାଇରାଲ୍
‌ଘରୋଇ ଏଚଡିଏଫସି ବ୍ୟାଙ୍କର ଜଣେ ଗ୍ରାହକଙ୍କ ପାସ୍‌ବୁକ୍‌ରେ ଷ୍ଟାମ୍ପ୍ ଲଗାଯାଇଥିବା ଖବର ଏବେ ସୋସିଆଲ ମିଡିଆରେ ‌ଖୁବ୍ ଜୋରରେ ପ୍ରସାରିତ ହେଉଛି। ଡିଆଇସିଜିସି କ୍ଲଜ୍ ଶୀର୍ଷକରେ ଏହି ଷ୍ଟାମ୍ପ୍ ଲଗାଯାଇଛି। ଏଥିରେ ଲେଖାଯାଇଛି, ବ୍ୟାଙ୍କର ଜମା ଡିଆଇସିଜିସିରେ ବୀମା ହୋଇଛି। ଯଦି ବ୍ୟାଙ୍କ ଦେବାଳିଆ ହୁଏ ବା ବୁଡ଼ିଯାଏ ତାହେଲେ ବ୍ୟାଙ୍କ ଲିକ୍ବିଡେଟରଙ୍କ ମାଧ୍ୟମରେ ଜଣେ ଜମାକାରୀଙ୍କୁ ବ୍ୟାଙ୍କ ପକ୍ଷରୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ପଶ୍ଚିମବଙ୍ଗର ଏକ ବ୍ୟାଙ୍କ ଶାଖାରେ ଏହି ଷ୍ଟାମ୍ପ ସମ୍ବଳିତ‌ ଲେଖା ପାସବୁକ୍‌ରେ ରହିଥିବା ସୋସିଆଲ ମିଡିଆରେ ବୁଲିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପାସବୁକ୍‌ରେ ଷ୍ଟାମ୍ପିଂ ହୋଇ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିବା ଏହି ପାସବୁକ୍‌ରୁ ଏହା ଜଣାପଡ଼ୁଛି ଯେ ବ୍ୟାଙ୍କରେ ଗ୍ରାହକଙ୍କର ୧ ଲକ୍ଷ ଟଙ୍କାରୁ ଅଧିକ ଜମା ବୁଡ଼ିଗଲେ ବ୍ୟାଙ୍କ କୌଣସି ମତେ ଏଥିପାଇଁ ଦାୟୀ ରହିବ ନାହିଁ।

ତେବେ ପାସ୍‌ବୁକ୍‌ରେ ଲାଗିଥିବା ଷ୍ଟାମ୍ପର ଫଟୋ ଭାଇରାଲ୍ ହେବା ପରେ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ଟ୍ବିଟରରେ ସ୍ପଷ୍ଟୀକରଣ ଦିଆଯାଇଛି। ୨୦୧୭ ଜୁନ୍ ୨୨ ତାରିଖରେ ରିଜର୍ଭ ବ୍ୟାଙ୍କର ସର୍କୁଲାର ପରେ ଏହି ଷ୍ଟାମ୍ପ ଲଗାଯାଇଛି। ଏହି ସର୍କୁଲାର ନୂଆ ନୁହେଁ। ରିଜର୍ଭ ବ୍ୟାଙ୍କର ଏହି ସର୍କୁଲାର ସବୁ ବାଣିଜ୍ୟିକ ବ୍ୟାଙ୍କ, କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଏବଂ ପେମେଣ୍ଟ୍ ବ୍ୟାଙ୍କ ଉକ୍ତ ସୂଚନା ଗ୍ରାହକଙ୍କୁ ପାସବୁକ୍‌ର ପ୍ରଥମ ପୃଷ୍ଟାରେ ଷ୍ଟାମ୍ପ ମାଧ୍ୟମରେ ପ୍ରଦାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe