ବ୍ୟାଙ୍କ-ବୀମା କର୍ଣ୍ଣର: ଆଇଓବି ଏମ୍‌ଡି ୧୮ରେ ଓଡ଼ିଶା ଆସିବେ

Advertisment
ବ୍ୟାଙ୍କ-ବୀମା କର୍ଣ୍ଣର: ଆଇଓବି ଏମ୍‌ଡି ୧୮ରେ ଓଡ଼ିଶା ଆସିବେ

ଭୁବନେଶ୍ୱର: ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି)ରର ପରିଚାଳନା ନିର୍ଦ୍ଦେଶକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍‌ ସୁବ୍ରମଣ୍ୟକୁମାର ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସି ଚଳିତ ମାସ ୧୮ରେ ଭୁବନେଶ୍ୱରରେ ପହଞ୍ଚିବେ। ସେ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ଋଣ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ଗ୍ରାହକଙ୍କ ସହ ଭାବ ବିନିୟମ କରିବେ। ବ୍ୟାଙ୍କର କର୍ମଚାରୀମାନଙ୍କ ଟାଉନ୍‌ ହଲ୍‌ ବୈଠକରେ ମଧ୍ୟ ଯୋଗ ଦେବେ। ୧୯ ତାରିଖରେ ସେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ।

ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସ୍ୱର୍ଣ୍ଣ ଋଣ ଯୋଜନା
ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଅଶୋକ ନଗରସ୍ଥିତ ମୁଖ୍ୟ ଶାଖାଠାରେ ସ୍ୱର୍ଣ୍ଣ ଋଣ ଯୋଜନା ‘ସ୍ୱର୍ଣ୍ଣ ଧାରା’ ଆରମ୍ଭ କରାଯାଇଥିବା ଘୋଷଣା କରାଯାଇଛି। ଏହାକୁ ପଦ୍ମଶ୍ରୀ ଭବାନି ଚରଣ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ କରାଯାଇଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକଙ୍କୁ ବ୍ୟାଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଅମିତ ରାୟ ଏବଂ ଶାଖା ମୁଖ୍ୟ ସହ ମହାପ୍ରବନ୍ଧକ ଅରୁଣ କୁମାର ମହାପାତ୍ର ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ମ୍ୟାକ୍ସ ଲାଇଫ୍‌ର ଏୟୁଏମ୍‌ ୫୦ ହଜାର କୋଟି ଟପିଲା
ଭୁବନେଶ୍ୱର: ମ୍ୟାକ୍ସ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍‌ର ପରିଚାଳନା ଅଧୀନ ସଂପତି (ଏୟୁଏମ୍‌) ପରିମାଣ ୫୦,୦୦୦ କୋଟି ଟଙ୍କା ଅତିକ୍ରମ କରିଛି। ବିଗତ ତିନି ବର୍ଷ ଭିତରେ କଂପାନିର ଏୟୁଏମ୍‌ ୧୯.୫% ହାରରେ ବଢ଼ିଛି। ନୂଆ ବ୍ୟବସାୟ, ପୁରୁଣା ଗ୍ରାହକ ପାଖରେ ରହିବା ଏବଂ ନିବେଶର ସୁଦୃଢ଼ ପ୍ରଦର୍ଶନ ଯୋଗୁଁ କଂପାନି ଏଭଳି ସଫଳତା ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe