ଗ୍ରାହକଙ୍କ ଉପରେ ବ୍ୟାଙ୍କ ଲଦିବେ ସଫ୍ଟଓୟାର ଅପ୍‌ଗ୍ରେଡ୍‌ ଖର୍ଚ୍ଚ:ବଢ଼ିବ ଏଟିଏମ୍‌ ଚାର୍ଜ!

Advertisment
ଗ୍ରାହକଙ୍କ ଉପରେ ବ୍ୟାଙ୍କ ଲଦିବେ ସଫ୍ଟଓୟାର ଅପ୍‌ଗ୍ରେଡ୍‌ ଖର୍ଚ୍ଚ:ବଢ଼ିବ ଏଟିଏମ୍‌ ଚାର୍ଜ!

ନୂଆଦିଲ୍ଲୀ: ଆଗାମୀ ଦିନରେ ବ୍ୟାଙ୍କ ଗୁଡ଼ିକ ଏଟିଏମ୍‌ କାରବାର ଚାର୍ଜ ବୃଦ୍ଧି କରିପାରନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁ ବ୍ୟାଙ୍କକୁ ଏଟିଏମ୍‌ର ସଫ୍ଟଓୟାରରେ ଉନ୍ନତି ଆଣି ଏଗୁଡ଼ିକୁ ଅଧିକ ନିରାପଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କ ଗୁଡ଼ିକୁ ଏ ବାବଦରେ ଯେଉଁ ଖର୍ଚ୍ଚ ବହନ କରିବାକୁ ପଡ଼ିବ ସେଗୁଡ଼ିକ ଗ୍ରାହକଙ୍କ ଉପରେ ଲଦିବାକୁ ବ୍ୟାଙ୍କ ଗୁଡ଼ିକ ପ୍ରସ୍ତୁତି ଚଳାଇଛନ୍ତି। ଏଟିଏମ୍‌ ଚାର୍ଜ ବୃଦ୍ଧିକୁ ଅନୁମତି ଦେବା ଲାଗି ବ୍ୟାଙ୍କ ଗୁଡ଼ିକ ରିଜର୍ଭ ବ୍ୟାଙ୍କକୁ ଆବେଦନ କରିଛନ୍ତି। ବ୍ୟାଙ୍କ ଗୁଡ଼ିକ ଦୁଇଟି ଉପାୟରେ ଏହି ଏଟିଏମ୍‌ ବ୍ୟବହାର ଚାର୍ଜ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ଗୋଟିଏ ହେଲା ମାସକୁ ମାଗଣା ଏଟିଏମ୍‌ ବ୍ୟବହାର ପାଇଁ ଗ୍ରାହକଙ୍କୁ ଏବେ ଯେତିକି ଥର ଅନୁମତି ମିଳୁଛି ଆଗାମୀ ଦିନରେ ସେହି ସଂଖ୍ୟାକୁ କମାଇପାରନ୍ତି। ଅନ୍ୟ ଏକ ପନ୍ଥା ହେଲା ଏଟିଏମ୍‌ କାରବାର ବାବଦରେ ଏବେ ଆଦାୟ କରୁଥିବା ରାଶିକୁ ଆହୁରି ବଢ଼ାଇ ପାରନ୍ତି। ଏବେ କେତୋଟି ବ୍ୟାଙ୍କ ଗ୍ରାହକଙ୍କୁ ମାସିକ ୩ଥର ମାଗଣାରେ ଏଟିଏମ୍‌ ବ୍ୟବହାର ସୁଯୋଗ ଦେଉଥିବାବେଳେ ଆଉ କେତେକ ବ୍ୟାଙ୍କ ମାଗଣାରେ ୫ ଥର ଏଟିଏମ୍‌ ବ୍ୟବହାର ଅନୁମତି ଦେଉଛନ୍ତି।
ଏଟିଏମ୍‌ରେ କଣ ଉନ୍ନତି ଆସିବ
ଖର୍ଚ୍ଚ ୩୦% ବଢ଼ିଯିବ
ଓ୍ଵିଣ୍ଡୋଜ୍‌ ଏକ୍ସପିରେ ପରିଚାଳିତ ଏଟିଏମ୍‌ଗୁଡ଼ିକର ସଫ୍ଟଓୟାରକୁ ବଦଳାଯିବ। ଏଥିସହିତ ଏଟିଏମ୍‌ ଗୁଡ଼ିକରେ ଆଣ୍ଟି ସ୍କିମିଂ ଡିଭାଇସ୍‌ ଲଗାଇବେ। ଫଳରେ ହ୍ୟାକରମାନେ ସହଜରେ ଲୋକଙ୍କ କାର୍ଡର ତଥ୍ୟ ନେଇ ପାରିବେ ନାହିଁ।
ବ୍ୟାଙ୍କ ଗୁଡ଼ିକ ଏଟିଏମ୍‌ ସଫ୍ଟଓୟାର ବଦଳାଇବା ନେଇ ସେମାନଙ୍କ ରଣନୀତି ସ୍ଥିର କରିବେ। ଏତଦ୍‌ବ୍ୟତୀତ ନୂଆ ଅପ୍‌ଗ୍ରେଡେଡ ଏଟିଏମ୍‌ ସ୍ଥାପନ ବାବଦରେ ମଧ୍ୟ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ପୂର୍ବାପେକ୍ଷା ନୂଆ ଏଟିଏମ୍‌ ସ୍ଥାପନ ବାବଦ ଖର୍ଚ୍ଚ ପ୍ରାୟ ୩୦% ଅଧିକ ରହିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe