The Economic Times
ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ପ୍ରଥମ ନଅ ମାସରେ ବ୍ୟାଙ୍କ ଋଣ ପ୍ରଦାନରେ ୩.୨ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୦ର ଏପ୍ରିଲ୍ରୁ ଡିସେମ୍ବର ଭିତରେ ବ୍ୟାଙ୍କଗୁଡ଼ିକ ୧୦୭.୦୫ ଲକ୍ଷ କୋଟି ଟଙ୍କାର ଋଣ ଦେଇଛନ୍ତି। ଏହି ସମୟରେ ବ୍ୟାଙ୍କ ଜମା ୮.୫% ବୃଦ୍ଧି ପାଇ ୧୪୭.୨୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। କରୋନା ମହାମାରୀ ପରେ ଲୋକମାନେ ସଞ୍ଚୟ ମନସ୍କ ହେବା କାରଣରୁ ବ୍ୟାଙ୍କ ଜମା ବଢ଼ିଛି। ଏହି ରିପୋର୍ଟ ଅନୁଯାୟୀ ୨୦୨୧ ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କଗୁଡ଼ିକର ମୋଟ ଏନ୍ପିଏ ହାର ୧୩.୫%କୁ ବୃଦ୍ଧି ପାଇବ।
Follow Us