ଏଣିକି ମହଙ୍ଗା ହେବ ଏଟିଏମ୍‌ ବ୍ୟବହାର; ଜାଣନ୍ତୁ କାହିଁକି

Advertisment
ଦେଶର ଅଧିକାଂଶ ଏଟିଏମରେ ଠକେଇର ଆଶଙ୍କା ରହୁଛି

ନୂଆଦିଲ୍ଳୀ: ଆଜିକାଲି ଅଧିକାଂଶ ଲୋକ ଏଟିଏମ୍‌ ବ୍ୟବହାର କରୁଛନ୍ତି। ଏଟିଏମ୍‌ ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କାରଣ ଖୁବ୍‌ ଶୀଘ୍ର ଆପଣଙ୍କ ଉପରେ ଏଟିଏମ୍‌ ଟ୍ରାନ୍‌ଜାକ୍‌ସନ୍‌ର ବୋଝ ବଢ଼ିପାରେ। ନିକଟରେ ଆରବିଆଇର ନିର୍ଦ୍ଦେଶକ୍ରମେ ଏଟିଏମ୍‌ ଚାର୍ଜ ବୃଦ୍ଧି ପାଇପାରେ ବୋଲି ଖବର ପ୍ରକାଶ ପାଇଥିବା ବେଳେ ଏ ନେଇ ବ୍ୟାଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ।

ନିକଟରେ ରିଜର୍ଭ ବ୍ୟାଙ୍କ ଏଟିଏମ୍‌ ଅପଗ୍ରେଡେସନ୍‌କୁ ନେଇ ନିର୍ଦ୍ଦେଶ ଜାରି କରିଛି। ଏହାପରେ ଏଟିଏମ୍‌ ଚାର୍ଜ ବଢ଼ିବାର ଆଶା ରଖା ଯାଉଛି। ଏଟିଏମ୍‌କୁ ନେଇ ହେଉଥିବା ଲୁଟ ଓ ହ୍ୟାକିଂ ମାମଲାକୁ ନେଇ ଆରବିଆଇ ସମସ୍ତ ବ୍ୟାଙ୍କ ଓ ଏଟିଏମ୍‌ ଅପଗ୍ରେଡ ପାଇଁ ନିର୍ଦ୍ଦେଶ ଦେଇଛି। ଆରବିଆଇ ଏହାର ସମୟସୀମା ବି ଧାର୍ଯ୍ୟ କରିଛ। ଏହାର ସମୟ ଅଗଷ୍ଟ ୨୦୧୮ରେ ଆରମ୍ଭ ହୋଇ ୨୦୧୯ରେ ଶେଷ ହେବ। ଅର୍ଥାତ୍‌ ୨୦୧୯ ଜୁନ୍‌ ସୁଦ୍ଧା ପ୍ରତ୍ୟେକ ବ୍ୟାଙ୍କ ନିଜର ଏଟିଏମ୍‌ ଅପଗ୍ରେଡର ପୂରା କାମ କରିବାକୁ ପଡ଼ିବ।

କନଫେଡରେସନ୍‌ ଅଫ ଏଟିଏମ୍‌ ଇଣ୍ଡଷ୍ଟ୍ରିଙ୍କ କହିବାନୁସାରେ, ଏଟିଏମ୍‌ ଇଣ୍ଡଷ୍ଟ୍ରି ପୂର୍ବରୁ ହିଁ କ୍ଷତି ସହୁଛି। ଏଭଳି ପରିସ୍ଥିତିରେ ଏଟିଏମ୍‌ ଅପଗ୍ରେଡ କରିବା ଦ୍ୱାରା ଖର୍ଚ୍ଚ ବଢ଼ି ଯିବ। ଏହାକୁ ପୂରାଣ କରିବା ପାଇଁ ଏଟିଏମ୍‌ ଟ୍ରାନ୍‌ଜାକ୍‌ସନ୍‌ ଫିସ୍‌ ବୃଦ୍ଧି କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe