ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଟ୍ ଲାଭ ୧୦୫୧ କୋଟିକୁ ବୃଦ୍ଧି

Advertisment
ଟିନ୍‌ ୨.୦ରେ ସାମିଲ ହେଲା ବ୍ୟାଙ୍କ ଅଫ୍ ଇଣ୍ଡିଆ

moneycontrol.com

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ଇଣ୍ଡିଆ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ୧୦୫୧ କୋଟି ଟଙ୍କାର ନିଟ୍‌ ଲାଭ ସଂଗ୍ରହ କରିଛି। ପୂର୍ବ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ତୁଳନାରେ ଏହା ୯୯.୮୯ ପ୍ରତିଶତ ଅଧିକ। ନିଟ୍ ସୁଧ ଆୟ ଅଧିକ ରହିବା ସହିତ ଏନପିଏ ପ୍ରୋଭିଜନିଂ ହ୍ରାସ ‌ଯୋଗୁ ଲାଭରେ ଏଭଳି ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ବ୍ୟାଙ୍କର ନିଟ୍ ସୁଧ ଆୟ ଉକ୍ତ ତ୍ରୟମାସରେ ୩୫୨୩ କୋଟି ରହିଛି। ‌ଏହି ସମୟରେ ବ୍ୟାଙ୍କର ଅଗ୍ରିମ ୨.୭ ପ୍ରତିଶତ ବୃଦ୍ଧି ଘଟି ୪, ୧୮,୮୯୫ କୋଟି ଟଙ୍କା ଏବଂ ଜମାରେ ୦.୮୯ ପ୍ରତିଶତ ବୃଦ୍ଧି ଘଟି ୬,୧୨,୯୬୧ କୋଟି ଟଙ୍କା ରହିଛି। ବ୍ୟାଙ୍କର ଏନପିଏ ପ୍ରୋଭିଜନିଂ ଗତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ୨୧୩୪ କୋଟି ଟଙ୍କା ଥିବାବେଳେ ଚଳିତବର୍ଷ ଏହା ୨୪୧ କୋଟି ଟଙ୍କାକୁ ହ୍ରାସ ପାଇଛି। ବ୍ୟାଙ୍କର ମୋଟ୍ ଏନପିଏ ଏବଂ ନିଟ୍ ଏନପିଏ ଯଥାକ୍ରମେ ୧୨ ପ୍ରତିଶତ ଓ ୨.୮୯ ପ୍ରତିଶତକୁ କମିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe