ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ଅଦାଲତ ଅଭିଯାନ ୨୮ରୁ

ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ଅଦାଲତ ଅଭିଯାନ ୨୮ରୁ

Moneycontrol

ଭୁବନେଶ୍ବର : କୋଭିଡ୍ ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା ଋଣଗ୍ରହୀତାଙ୍କୁ ସହାୟତା ଯୋଗାଇଦେବା ଲାଗି ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ) ପକ୍ଷରୁ ‘ଶାଖା ଅଦାଲତ’ ସର୍ବଭାରତୀୟ ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା। ଚଳିତ ବର୍ଷ ଜାନୁଆରି ୩୧ରୁ ଫେବ୍ରୁଆରି ୫ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ୬,୮୪,୦୦୦ ଜଣ ଗ୍ରାହକ ଯୋଗ୍ୟ ବିବେଚିତ ହୋଇ ଲାଭ ଉଠାଇଛନ୍ତି। ବ୍ୟାଙ୍କ ଏହି ଅଭିଯାନରେ ୪୦୭ କୋଟି ଟଙ୍କାର ଏନ୍‌ପିଏ ଋଣ ମାମଲାର ଫଏସଲା କରିବାରେ ସଫଳ ହୋଇଛି। ଅଭିଯାନକୁ ଭଲ ସମର୍ଥନ ମିଳିଥିବାରୁ ତାହାକୁ ପୁନର୍ବାର ଚଳିତ ମାସ ୨୮ରୁ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଜାରି ରଖିବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe