୨୨ରେ ବ୍ୟାଙ୍କ ଧର୍ମଘଟ, ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସାମିଲ ହେବେ ନାହିଁ

Advertisment
ଡିସେମ୍ବର ୧୬ ଓ ୧୭ ବ୍ୟାଙ୍କ ଧର୍ମଘଟ: ବ୍ୟାଙ୍କରେ ଝୁଲିବ ତାଲା, କାରବାର ହେବ ଠପ୍

ମୁମ୍ବାଇ : ଆସନ୍ତା ୨୨ ତାରିଖରେ ସାରା ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ । କାରଣ ଦେଶର ୨ଟି ପ୍ରମୁଖ ବ୍ୟାଙ୍କ ୟୁନିୟନ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋୟିଜ୍‌ ଆସୋସିଏସନ ଓ ବ୍ୟାଙ୍କ ଏମ୍ପ୍ଲୋଇଜ୍‌ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି ।
ବ୍ୟାଙ୍କ ମିଶ୍ରଣ ଓ ବ୍ୟାଙ୍କ ଜମା ଉପରେ ମିଳୁଥିବା ସୁଧହାର ହ୍ରାସର ପ୍ରତିବାଦ କରି ଏହି ଧର୍ମଘଟ ଡାକରା ଦିଆଯାଇଛି । ଏହି ଦୁଇଟି ୟୁନିୟନ ମଧ୍ୟ ବ୍ୟାଙ୍କ ଘରୋଇକରଣ, ଆଉଟସୋର୍ସିଂ ଆଦିକୁ ବିରୋଧ କରୁଛନ୍ତି ।

ତେବେ ଆଶ୍ୱସ୍ତିର କଥା ହେଉଛି ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କର କାରବାରରେ ଏହି ଧର୍ମଘଟର ବିଶେଷ ପ୍ରଭାବ ପଡିବାର ଆଶଙ୍କା ନାହିଁ । କାରଣ ଷ୍ଟେଟ ବ୍ୟାଙ୍କର କର୍ମଚାରୀମାନେ ଏହି ଦୁଇଟି ୟୁନିୟନର ସଦସ୍ୟ ନାହାନ୍ତି । ଆହୁରି ମଧ୍ୟ ଅନ୍ୟ ୭ଟି ବ୍ୟାଙ୍କ ୟୁନିୟନ- ୩ଟି କର୍ମଚାରୀ ୟୁନିୟନ ଓ ୪ଟି ଅଫିସର ୟୁନିୟନ ଏହି ଧର୍ମଘଟରେ ସାମିଲ ନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe