ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ବ୍ୟାଙ୍କରେ ଜମା ତୁଳନାରେ ଋଣ ଅଧିକ

India TV

ନୂଆଦିଲ୍ଲୀ : ଆଜି (୧୯ ତାରିଖ)ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ)ର ସାଧାରଣ ସମ୍ପାଦକ ସି ଏଚ୍‌ ଭେଙ୍କଟଚେଲମ ଏହି ସୂଚନା ଦେଇଛି। ସେ ଜଣାଇଛନ୍ତି ଯେ ଯେଉଁ ସବୁ ସମସ୍ୟା ଥିଲା ତାହାକୁ ନେଇ ସହମତି ହୋଇଛି। ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଓ ବ୍ୟାଙ୍କଗୁଡ଼ିକ ସବୁ ସମସ୍ୟାର ସମାଧାନ ଦ୍ବିପାକ୍ଷିକ ଆଲୋଚନା ଜରିଆରେ କରିବାକୁ ରାଜି ହୋଇଛନ୍ତି। ସେଥିପାଇଁ ପ୍ରସ୍ତାବିତ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।

ଦିଲ୍ଲୀର ମୁଖ୍ୟ ଶ୍ରମ କମିସନରଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ବସିଥିଲା। ସେଥିରେ ଯୋଗ ଦେଇଥିବା ସରକାରୀ ଅଧିକାରୀମାନେ ମଧ୍ୟ ଧର୍ମଘଟ ସ୍ଥଗିତ ରଖିବାକୁ ବ୍ୟାଙ୍କ କର୍ମଚାରୀ ସଂଘକୁ ଅନୁରୋଧ କରିଥିଲେ। କର୍ମଚାରୀଙ୍କୁ ଛଟେଇ, ବିଭିନ୍ନ କାମର ଆଉଟ୍‌ସୋର୍ସିଂ ଏବଂ ବେତନ ସଂଶୋଧନକୁ କାର୍ଯ୍ୟକାରୀ କରିବାରେ ହେଉଥିବା ବିଳମ୍ବକୁ ନେଇ ଏଆଇବିଇଏ ଅସନ୍ତୋଷ ଜାହିର କରିବା ସହ ଏହାର ସମାଧାନ କରିବାକୁ ଦାବି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe