ଓଡ଼ିଶାର ଦୁର୍ଗମ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଉଛି ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ

Advertisment
ଓଡ଼ିଶାର ଦୁର୍ଗମ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବା ଯୋଗାଉଛି ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ

IndiaTV News

ଭୁବନେଶ୍ୱର: ବ୍ୟାଙ୍କିଙ୍ଗ୍ ସେବା ଆଦୌ ଉପଲବ୍ଧ ନଥିବା କିମ୍ବା ବହୁ ଦୂରରେ ଉପଲବ୍ଧ ଥିବା ସୁଦୂର ଗ୍ରାମଗୁଡିକରେ ବ୍ୟାଙ୍କିଙ୍ଗ୍ ସେବା ପହଂଚାଇବା ଏବଂ ରାଜ୍ୟର ଆର୍ଥିକ ଅନ୍ତର୍ଭୁକ୍ତିରେ ଯୋଗଦାନ ପାଇଁ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ଓଡିଶାରେ ଏହାର ଗ୍ରାମାଂଚଳ ଉପସ୍ଥିତିକୁ ଦ୍ରୁତ ବେଗରେ ବିସ୍ତାର କରୁଛି । ୪୯୦୦ରୁ ଅଧିକ ସୁଦୂର ଗ୍ରାମଗୁଡିକ ଏବେ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କର ନେବରହୁଡ୍ ବ୍ୟାଙ୍କିଙ୍ଗ୍ ପଏଣ୍ଟଗୁଡ଼ିକ ମାଧ୍ୟମରେ ଆର୍ଥିକ ସେବା ପାଇବା ପାଇଁ ସକ୍ଷମ ହେଉଛନ୍ତି । ଏହି ଗ୍ରାମଗୁଡିକର ଅଧିକାଂଶ ଲୋକଙ୍କର କୌଣସି ବ୍ୟାଙ୍କ ଖାତା ନାହିଁ କିମ୍ବା ନିକଟସ୍ଥ ବ୍ୟାଙ୍କ ଶାଖାରେ ପହଂଚିବା ପାଇଁ ସେମାନଙ୍କୁ ବହୁ ଦୂର ଯାତ୍ରା କରିବାକୁ ପଡୁଛି ।

ଏହି ଗ୍ରାମଗୁଡିକ ଭିତରେ କିମ୍ବା ଏହାର ଆଖପାଖରେ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କର ନେବର୍ହୁଡ୍ ବ୍ୟାଙ୍କିଙ୍ଗ୍ ପଏଣ୍ଟର ଉପସ୍ଥିତି ସହିତ  ଆର୍ଥିକ ସେବାଗୁଡିକ ଏବେ ଗ୍ରାମବାସୀଙ୍କ ହାତ ପାହାନ୍ତାରେ ଉପଲବ୍ଧ ହେଉଛି । ଏହି ଗ୍ରାମଗୁଡିକର ପ୍ରାୟ ୬୦,୦୦୦ରୁ ଅଧିକ ଗ୍ରାହକଙ୍କର ବ୍ୟାଙ୍କ ସହିତ ଏକ ସଂଚୟ  ଖାତା ରହିଛି । ଏହି ବ୍ୟାଙ୍କିଙ୍ଗ୍ ପଏଣ୍ଟଗୁଡ଼ିକ ମାଧ୍ୟମରେ ଗ୍ରାହକମାନେ ଆଧାର ସମର୍ଥିତ ପେମେଣ୍ଟ, ଇନ୍ସୁରାନ୍ସ ଓ ସରକାରୀ ପେନ୍ସନ ଯୋଜନା ଭଳି ଏକାଧିକ ଆର୍ଥିକ ସେବାର ପହଂଚ ହାସଲ କରିପାରିବେ । ଏୟାରଟେଲ୍ ପେମେଣ୍ଟବ୍ୟାଙ୍କ ଓଡିଶାରେ ବ୍ୟାଙ୍କିଙ୍ଗ୍ ସେବା ପାଇପାରୁନଥିବା ଲୋକମାନଙ୍କୁ ସେବା ପ୍ରଦାନ କରିବା ପାଇଁ ଏକ ବିକଶିତ ଡୋର୍ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ଭିତିଭୂମି ନିର୍ମାଣ କରୁଛି । ଏହି ବ୍ୟାଙ୍କ  ଓଡିଶାରେ ପରିବ୍ୟାପ୍ତ ଥିବା ୧୦୫୦୦ରୁ ଅଧିକ ନେବର୍ହୁଡ୍ ବ୍ୟାଙ୍କିଙ୍ଗ୍ ପଏଂଟ୍ଗୁଡିକର ଏକ ନେଟ୍ୱର୍କ ମାଧ୍ୟମରେ ସୁବିଧାଜନକ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe