ଭାରତରେ ୫୦୦ ଫ୍ରାଞ୍ଚାଇଜି ଷ୍ଟୋର ଖୋଲିବ ବାଟା

ଭାରତରେ ୫୦୦ ଫ୍ରାଞ୍ଚାଇଜି ଷ୍ଟୋର ଖୋଲିବ ବାଟା

Image Courtesy of India Today

ଭୁବନେଶ୍ବର: ବାଟା ଇଣ୍ଡିଆ ଲିମିଟେଡ୍ ଆଗାମୀ ପାଞ୍ଚ ବର୍ଷ ଭିତରେ ଦେଶରେ ୫୦୦ରୁ ଅଧିକ ଫ୍ରାଞ୍ଚାଇଜି ଷ୍ଟୋର ଖୋଲିବାକୁ ଯୋଜନା ରଖିଛି। କଂପାନି ଦ୍ବିତୀୟରୁ ଚତୁର୍ଥ ଶ୍ରେଣୀର ସହରଗୁଡ଼ିକରେ ଏହି ସବୁ ଷ୍ଟୋର ଖୋଲି ସାରା ଦେଶରେ ଏହାର ଉପସ୍ଥିତି ବଢ଼ାଇବାକୁ ଚାହୁଛି। ବର୍ତ୍ତମାନ କଂପାନିର ମୋଟ ଫ୍ରାଞ୍ଚାଇଜି ଷ୍ଟୋର ସଂଖ୍ୟା ୧୫୦ ରହିଛି। ସଂପ୍ରସାରଣ ନିମନ୍ତେ କଂପାନି ୧୮୦ଟି କ୍ଷୁଦ୍ର ସହର ଚିହ୍ନଟ କରିଛି। ଏହି ସବୁ ସହରରେ କଂପାନି ଆଗାମୀ ଦୁଇ ବର୍ଷ ଭିତରେ ପ୍ରବେଶ କରିବାକୁ ଚାହୁଛି। ଓଡ଼ିଶାରେ କଂପାନି ଭଦ୍ରକ, ଝାରସୁଗୁଡ଼ା, ବଲାଙ୍ଗୀର, ଜୟପୁର, ବ୍ରଜରାଜନଗର, ପାରାଦୀପ, ବରଗଡ଼, ଭବାନୀପାଟଣା ଓ ‌ଢେଙ୍କାନାଳରେ ଷ୍ଟୋର ଖୋଲିବାକୁ ଚାହୁଛି। ଆସନ୍ତା କିଛି ବର୍ଷ ଭିତରେ ଆମେ କ୍ଷୁଦ୍ର ସହରରେ ଆମର ଉପସ୍ଥିତି ବଢ଼ାଇବାକୁ ଚାହୁଛୁ ବୋଲି କଂପାନିର ସିଇଓ ସନ୍ଦୀପ କଟାରିଆ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe