ଆଇପିଏଲରୁ ମୋଟାଅଙ୍କର ଅର୍ଥ ରୋଜଗାର କରିଛି ବିସିସିଆଇ

ଆର୍ଥିକ ବର୍ଷ ୨୦୨୩-୨୪ରେ ବିସିସିଆଇ ମୋଟ ୯୭୪୧.୭ କୋଟି ଟଙ୍କାର ରାଜସ୍ୱ ରୋଜଗାର କରିଥିଲା। ଏହି ରୋଜଗାରର ୫୭୬୧ କୋଟି ଟଙ୍କା କେବଳ ଆଇପିଏଲରୁ ହିଁ ଆସିଛି। ଯାହା ବୋର୍ଡର ମୋଟ ଆୟର ପ୍ରାୟ ୫୯% ରହିଛି। 

t


ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) କେବଳ ଯେ ବିଶ୍ୱ କ୍ରିକେଟରେ ଶୀର୍ଷରେ ଅଛି ତାହା ନୁହେଁ ଆର୍ଥିକ କ୍ଷେତ୍ରରେ ମଧ୍ୟ ଆଗୁଆ ଅଛି। 

ଆର୍ଥିକ ବର୍ଷ ୨୦୨୩-୨୪ରେ  ବିସିସିଆଇ ମୋଟ ୯୭୪୧.୭ କୋଟି ଟଙ୍କା ରାଜସ୍ୱ ରୋଜଗାର କରିଥିଲା। ଏହି ରୋଜଗାରର ୫୭୬୧ କୋଟି ଟଙ୍କା କେବଳ ଆଇପିଏଲରୁ ରୁ ଆସିଛି। ଯାହା ବୋର୍ଡର ମୋଟ ଆୟର ପ୍ରାୟ ୫୯% ରହିଛି। 

ଆଇପିଏଲର ସଫଳତା ପରେ ବିସିସିଆଇ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ) ଆରମ୍ଭ କରିଥିଲା। ଡବ୍ଲୁପିଏଲରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୩୭୮ କୋଟି ଟଙ୍କାର ରାଜସ୍ୱ ଆୟ କରିଥିଲା ବିସିସିଆଇ । 

ଆଇପିଏଲ ବ୍ୟତୀତ ବିସିସିଆଇର ଅନେକ ଆୟର ଉତ୍ସ ଅଛି। ଯେମିତି କି ବୋର୍ଡ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ପ୍ରସାରଣ ଅଧିକାର ଏବଂ ଅଣ-ଆଇପିଏଲ ମିଡିଆ ଡିଲରୁ ବିସିସିଆଇ ୩୬୧ କୋଟି ଟଙ୍କା ରୋଜଗାର କରିଥାଏ । କେବଳ ଏତିକି ନୁହେଁ ବୋର୍ଡ ତାର ନିବେଶ ଉପରେ ସୁଧ ଭାବରେ ୯୮୭ କୋଟି ଟଙ୍କା ରୋଜଗାର କରିଥିବା ବେଧଳେ ପ୍ରାୟ ୩୦ହଜାର କୋଟି ଟଙ୍କା ଗଚ୍ଛିତ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe