୨୦୧୪ ପୂର୍ବରୁ ବ୍ୟାଙ୍କ ଶିଳ୍ପ ସ୍ଥିତି ଭଲ ନଥିଲା: ଉର୍ଜିତ

Advertisment
ଆରବିଆଇର ପୂର୍ବତନ ଗଭର୍ଣ୍ଣରଙ୍କୁ ସାପ ସହ ତୁଳନା କରିଥିଲେ ମୋଦୀ: ପୁସ୍ତକରେ ଦାବି

Moneycontrol

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ ନିଜ ପୁସ୍ତକ ‘ଓଭରଡ୍ରାଫ୍‌ଟ’ରେ ଜଣାଇଛନ୍ତି ଯେ ୨୦୧୪ ପୂର୍ବରୁ ଭାରତୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ସ୍ଥିତି ଭଲ ନଥିଲା। ଏନ୍‌ପିଏ କିଭଳି ବଡ଼ ସମସ୍ୟା ଭାବେ ଉଭା ହୋଇଥିଲା। ସରକାରୀ ବ୍ୟାଙ୍କ, ସରକାର ଏବଂ ରିଜର୍ଭ ବ୍ୟାଙ୍କର ଭୂମିକା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଏନ୍‌ପିଏକୁ ରିଜର୍ଭ ବ୍ୟାଙ୍କ ଠିକ୍ ଭାବେ ନିୟନ୍ତ୍ରଣ କରିପାରିନଥିଲା। ବିପୁଳ ପରିମାଣର ଲାଭାଂଶ ପାଇବା ସତ୍ତ୍ବେ ସରକାରୀ ବ୍ୟାଙ୍କଗୁଡ଼ିକରେ ବିପଦ ନିୟନ୍ତ୍ରଣକୁ ନେଇ ରହିଥିବା ବ୍ୟବସ୍ଥା ଉପରେ ମଧ୍ୟ ଉପା ସରକାର କୌଣସି ପ୍ରଶ୍ନ ଉଠାଇନଥିଲେ ବୋଲି ସେ ନିଜ ପୁସ୍ତକ ଲେଖିଛନ୍ତି। ବହୁ ସରକାରୀ ବ୍ୟାଙ୍କରେ ବରିଷ୍ଠ ପଦ ଖାଲି ରହିବା ଓ ବ୍ୟାଙ୍କର ପ୍ରଦର୍ଶନ ଉପରେ ତାହାର ପ୍ରଭାବ ତଥା ରାଜନୈତିକ ହସ୍ତକ୍ଷେପ ବିଷୟରେ ମଧ୍ୟ ସେ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି। କଂପାନିଗୁଡ଼ିକୁ ଋଣ ଦେବା ବେଳେ ବ୍ୟାଙ୍କଗୁଡ଼ିକ ଠିକ୍ ଭାବେ ଯଥାର୍ଥ ଆକଳନ କରୁନଥିଲେ। ଋଣ ଦେବା ବେଳେ ‘ସୁବର୍ଣ୍ଣ ନିୟମ’ ପାଳନ କରାଯାଉନଥିଲା ବୋଲି ଉର୍ଜିତ ଜଣାଇଛନ୍ତି। ସେ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବ‌େ କାର୍ଯ୍ୟ କରିଥିଲେ। ମାତ୍ର ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମତଭେଦ ସୃଷ୍ଟି ହେବାରୁ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଇସ୍ତଫା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe