ଚୋକ୍‌ସିଙ୍କୁ ପ୍ରତ୍ୟର୍ପଣ ପାଇଁ ବେଲଜିୟମ କୋର୍ଟଙ୍କ ଅନୁମତି

ପଳାତକ ହୀରା ଗହଣା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ କ୍ଷେତ୍ରରେ ନୂଆଦିଲ୍ଲୀ ଆଉ ଏକ ପାଦ ଆଗକୁ ବଢ଼ିଛି। ଭାରତର ଅନୁରୋଧରେ ମେହୁଲଙ୍କୁ ବେଲଜିୟମ କର୍ତ୍ତୃପକ୍ଷଙ୍କ ଦ୍ବାରା ଗିରଫକୁ ବେଲଜିୟମର ଅଣ୍ଟୱର୍ପ କୋର୍ଟ ଆଇନସମ୍ମତ ବୋଲି ଦର୍ଶାଇଛନ୍ତି।

mehul choksi

Mehul Choksi to be extradited

ନୂଆଦିଲ୍ଲୀ: ପଳାତକ ହୀରା ଗହଣା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ଭାରତକୁ ପ୍ରତ୍ୟର୍ପଣ କ୍ଷେତ୍ରରେ ନୂଆଦିଲ୍ଲୀ ଆଉ ଏକ ପାଦ ଆଗକୁ ବଢ଼ିଛି। ଭାରତର ଅନୁରୋଧରେ ମେହୁଲଙ୍କୁ ବେଲଜିୟମ କର୍ତ୍ତୃପକ୍ଷଙ୍କ ଦ୍ବାରା ଗିରଫକୁ ବେଲଜିୟମର ଅଣ୍ଟୱର୍ପ କୋର୍ଟ ଆଇନସମ୍ମତ ବୋଲି ଦର୍ଶାଇଛନ୍ତି। ଅଣ୍ଟୱର୍ପ କୋର୍ଟଙ୍କ ରାୟ ବିରୋଧରେ ଯଦିଓ ଉଚ୍ଚ ଅଦାଲତରେ ମେହୁଲ ଆବେଦନ କରିପାରିବେ ତଥାପି ପ୍ରତ୍ୟର୍ପଣ କ୍ଷେତ୍ରରେ ଏହାକୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। 

ମେହୁଲ ତୁରନ୍ତ ଭାରତକୁ ଆସିବା ସମ୍ଭାବନା ଯଦିଓ ନାହିଁ ତଥାପି ନୂଆଦିଲ୍ଲୀ ଏ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିଛି। ଅଣ୍ଟୱର୍ପ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମେହୁଲଙ୍କ ଗିରଫ ଏବଂ ଭାରତର ପ୍ରତ୍ୟର୍ପଣ ଅନୁରୋଧ ବୈଧ ବୋଲି କହିଛନ୍ତି। ୬୫ ବର୍ଷୀୟ ମେହୁଲଙ୍କୁ ଅଣ୍ଟୱର୍ପ ପୁଲିସ ଗତ ଏପ୍ରିଲ ୧୧ରେ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍‌ରେ ଅଛନ୍ତି। ସିବିଆଇ ପକ୍ଷରୁ ପଠାଯାଇଥିବା ପ୍ରତ୍ୟର୍ପଣ ଅନୁରୋଧ ଆଧାରରେ ‌ତାଙ୍କୁ ଗିରଫ କରାଯାଇଥିଲା। ଜାମିନ ପାଇଁ ମେହୁଲ ଏକାଧିକ ଆବେଦନ ବେଲଜିୟମର ବିଭିନ୍ନ ଅଦାଲତରେ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe