ଭୁବନେଶ୍ବର: ବେନେଲି ତରଫରୁ ରେଟ୍ରୋ କ୍ଲାସିକ୍ ଢାଞ୍ଚାରେ ନୂଆ ବାଇକ୍ ‘ଇମ୍ପେରିଆଲେ ୪୦୦’କୁ ଉନ୍ମୋଚନ କରାଯାଇଛି। ଏହା ତିନିଟି ରଙ୍ଗ ଲାଲ୍, ସିଲ୍ଭର୍ ଓ କଳା ରଙ୍ଗରେ ଉପଲବ୍ଧ ହେଉଥିବା ବେଳେ କଂପାନି ତରଫରୁ ଏହି ବାଇକ୍ ଉପରେ ୨ ବର୍ଷର ମାଗଣା ସର୍ଭିସ୍ ପ୍ରଦାନ କରାଯାଉଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୧ ଲକ୍ଷ ୬୯ ହଜାର ଟଙ୍କା ରହିଛି। ଗ୍ରାହକମାନେ ୪୦୦୦ ଟଭ୍କା ନେଇ କଂପାନିର ୱେବସାଇଟ୍ କିମ୍ବା ନିକଟତମ ଡିଲରସିପ୍ରେ ଏହାର ବୁକିଙ୍ଗ୍ କରିପାରିବେ ବୋଲି କଂପାନିର ଏମ୍ଡି ବିକାଶ ଝାବଖ କହିଛନ୍ତି।
ବେନେଲିର ନୂଆ ଦାମୀ ବାଇକ୍ ବଜାର ପ୍ରବେଶ
Advertisment
Follow Us