ଲୋକଙ୍କୁ ଠକିବା ପାଇଁ ପ୍ରତି ଦିନ ନୂଆ ନୂଆ ଚାଲ୍ ଖେଳୁଥିବା ସାଇବର୍ ଠକ ଏବେ ଲୋକଙ୍କୁ ଫସାଇବା ପାଇଁ ସରକାରୀ ଯୋଜନାର ଲୋଭ ଦେଖାଉଛନ୍ତି । ଲୋକଙ୍କୁ ସରକାରୀ ସହାୟତା ଦେବା ବାହାନାରେ ଲୋକଙ୍କଠୁ ବ୍ୟକ୍ତିଗତ ତଥ୍ୟ ହାସଲ କରୁଛନ୍ତି ଏବଂ ଟଙ୍କା ଠକି ନେଉଛନ୍ତି । ଯାହାକୁ ନେଇ ସରକାରଙ୍କ ତରଫରୁ ଲୋକଙ୍କୁ ସଚେତନ କରାଯାଇଛି । ପ୍ରେସ୍ ଇନଫରମେସନ୍ ବ୍ୟୁରୋ ଏହିପରି କିଛି ମେସେଜର ସ୍କ୍ରିନସଟ୍ ନେଇ ଟ୍ୱିଟ୍ କରି ଲୋକଙ୍କୁ ସଚେତନ କରିଛନ୍ତି । ସରକାରଙ୍କ ତରଫରୁ ଏପରି କୌଣସି ଯୋଜନା ପ୍ରଣୟନ କରାଯାଇନାହିଁ ବୋଲି ଟ୍ୱିଟ୍ କରି ଲୋକଙ୍କୁ ସଚେତନ କରାଯାଇଛି ।