ବେଜୋସ୍‌ ବିଶ୍ବର ଶୀର୍ଷ ଧନୀ: ଅମ୍ବାନି ଦ୍ବାଦଶ,ବିଂଶ ସ୍ଥାନରେ ଆଦାନି

Advertisment

୧୦୦ ବିଲିଅନ ଡଲାର କମ୍ପାନି କ୍ଲବରେ ଆଦାନି

୧୦୦ ବିଲିଅନ ଡଲାର କମ୍ପାନି କ୍ଲବରେ ଆଦାନି

ବେଜୋସ୍‌ ବିଶ୍ବର ଶୀର୍ଷ ଧନୀ: ଅମ୍ବାନି ଦ୍ବାଦଶ,ବିଂଶ ସ୍ଥାନରେ ଆଦାନି

ନୂଆଦିଲ୍ଲୀ: ଫୋର୍ବସ ପକ୍ଷରୁ ୨୦୨୧ ବର୍ଷ ପାଇଁ ବିଶ୍ବର ଶୀର୍ଷ ଧନୀ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଆମେରିକାର ଉଦ୍ୟୋ‌ଗୀ ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ୍ ଶୀର୍ଷ ସ୍ଥାନରେ ରହିଛନ୍ତି। କରୋନା ମହାମାରୀ ସତ୍ତ୍ବେ ଚଳିତବର୍ଷ ଫୋର୍ବସ ତାଲିକାରେ ବିଲିୟନେୟାରଙ୍କ ସଂଖ୍ୟା ରେକର୍ଡ ୨୭୫୫ରେ ପହଞ୍ଚିଛି। ଗତବର୍ଷ ବିଲିୟ‌ନେୟାରମାନଙ୍କ ମୋଟ ସଂପତ୍ତି ୮ ଲକ୍ଷ କୋଟି ଡଲାର ଥିବାବେଳେ ଚଳିତବର୍ଷ ଏହା ୧୩.୧ ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇଛି। ବେଜୋସ୍ ଏହି ତାଲିକାରେ କ୍ରମାଗତଭାବେ ଚତୁର୍ଥ ବର୍ଷ ପାଇଁ ଶୀର୍ଷ ସ୍ଥାନରେ ଥିବାବେଳେ ଦ୍ବିତୀୟ ସ୍ଥାନରେ ଟେସ୍‌ଲାର ପ୍ରତିଷ୍ଠାତା ଏଲନ୍‌ ମସ୍କ ରହିଛନ୍ତି। ମସ୍କ ଗତବର୍ଷ ୩୧ତମ ସ୍ଥାନରେ ଥିଲେ। ତୃତୀୟ ସ୍ଥାନରେ ବିଳାସପୂର୍ଣ୍ଣ ସାମଗ୍ରୀ ନିର୍ମାତା ଏଲ୍‌ଭିଏମ୍‌ଏଚ୍‌ ମୁଖ୍ୟ ବର୍ନାଡ ଆର୍ନଲ୍ଟ ଥିବାବେଳେ ଚତୁର୍ଥ ସ୍ଥାନରେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଏବଂ ପଞ୍ଚମ ସ୍ଥାନରେ ଫେସବୁକ୍‌ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ରହିଛନ୍ତି। ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବିଶିଷ୍ଟ ନିବେଶକ ୱାରେନ୍ ବଫେ ଶୀର୍ଷ ୫ ମଧ୍ୟରେ ସ୍ଥାନ ପାଇପାରି ନାହାନ୍ତି। ଚଳିତବର୍ଷ ସେ ଷଷ୍ଠ ସ୍ଥାନରେ ରହିଛନ୍ତି। ଚଳିତବର୍ଷ ବିଲି‌ୟନେୟାର ତାଲିକାରେ ୪୯୩ ଜଣ ନୂଆ ବ୍ୟକ୍ତି ସ୍ଥାନ ପାଇଛନ୍ତି।

ଭାରତର ଧନୀମାନେ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଦ୍ବାଦଶ ସ୍ଥାନରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନି ରହିଥିବାବେଳେ ଶୀର୍ଷ ‌କୋଡ଼ିଏ ଜଣକ ମଧ୍ୟରେ ପ୍ରଥମ ଥର ପାଇଁ ‌‌ଗୌତମ ଆଦାନି ସ୍ଥାନ ପାଇଛନ୍ତି। ମୁକେଶଙ୍କ ସଂପତ୍ତି ୮୪.୫ ବିଲିଅନ ଡଲାର ଥିବାବେଳେ ଗୌତମ ଆଦାନିଙ୍କ ସଂପତ୍ତି ୫୦.୫ ବିଲିଅନ ଡଲାର ରହିଛି। ଏମାନେ ଭାରତର ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ଧନୀ ବ୍ୟକ୍ତିର ମାନ୍ୟତା ଫୋର୍ବସ ପକ୍ଷରୁ ପାଇଛନ୍ତି। ଏମାନଙ୍କ ପଛକୁ ଶିବ ନାଦର ତୃତୀୟ, ରାଧାକୃଷ୍ଣ ଦମାନି ଚତୁର୍ଥ, ଉଦୟ କୋଟାକ ପଞ୍ଚମ, ଲକ୍ଷ୍ମୀ ମିତ୍ତଲ ଷଷ୍ଠ, କୁମାର ମଙ୍ଗଳମ୍ ବିର୍ଲା ସପ୍ତମ, ସାଇରସ୍ ପୁନାୱାଲା ଅଷ୍ଟମ, ଦିଲୀପ ସାଂଘଭି ନବମ ଏବଂ ସୁନିଲ ମିତ୍ତଲ ଓ ତାଙ୍କ ପରିବାର ଦଶମ ସ୍ଥାନରେ ରହିଛନ୍ତି।

ମୁମ୍ବାଇ: ୧୦୦ ବିଲିଅନ ଡଲାର କମ୍ପାନି କ୍ଲବରେ ଗୌତମ ଆଦାନିଙ୍କ ଆଦାନି ଗ୍ରୁପ୍ ସାମିଲ ହୋଇଛି। ଷ୍ଟକ ବଜାରରେ ତାଲିକାଭୁକ୍ତ ଆଦାନି ଗ୍ରୁପ୍‌ର ୬ଟି କମ୍ପାନିର ସେୟାର ମୂଲ୍ୟ ଅନୁସାରେ ଏଗୁଡ଼ିକର ବଜାରପୁଞ୍ଜି ୭.୮୪ ଲକ୍ଷ କୋଟି ଟଙ୍ କା ବା ୧୦୬.୮ ବିଲିଅନ ଡଲାରରେ ପହଞ୍ଚିଛି। ଟାଟା ଗ୍ରୁପ୍ ଓ ରିଲାଏନ୍ସ ପରେ ଆଦାନି ଦେଶର ତୃତୀୟ କମ୍ପାନି ଭାବେ ଏହି ଗୌରବ ହାସଲ କରିଛି। ଗତ ଶତାବ୍ଦୀର ଅଷ୍ଟମ ଦଶକରେ ଜଣେ କମୋଡିଟି ଟ୍ରେଡର ଭାବେ ବ୍ୟବସାୟିକ ଜୀବନ ଆରମ୍ଭ କରିଥିବା‌ ଗୌତମ ଆଦାନି ଏବେ ଖଣି ଠାରୁ ଆରମ୍ଭ କରି ବନ୍ଦର, ବିମାନ ବନ୍ଦର, ଶକ୍ତି ପ୍ରକଳ୍ପ, ଡାଟା ସେଣ୍ଟର, ସିଟି ଗ୍ୟାସ ଏବଂ ପ୍ରତିରକ୍ଷା ଭଳି କ୍ଷେତ୍ରକୁ ଏହାର ବ୍ୟାବସାୟିକ ସାମ୍ରାଜ୍ୟ ମେଲାଇ ପାରିଛି। ଅନ୍ୟପକ୍ଷରେ ଟାଟା ଗ୍ରୁପ୍‌ର ବଜାରପୁଞ୍ଜି ବର୍ତ୍ତମାନ ପାଖାପାଖି ୨୪୨ ବିଲିଅନ ଡଲାର ରହିଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ବଜାରପୁଞ୍ଜି ୧୭୧ ବିଲିଅନ ଡଲାର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe