ଭଦ୍ରକ ବୟନ ପାର୍କ ଆଗେଇଲା: ୪ ହଜାର ୩ ଶହ କୋଟିର ନିବେଶ

Advertisment

ବହୁ ବର୍ଷ ଧରି ଆଶା ଆଶଙ୍କାରେ ଥିବା ଭଦ୍ରକର ବୟନ ପାର୍କ ପ୍ରତିଷ୍ଠା ପାଇଁ ବାଟ ଫିଟିଛି। ଏହି ପ୍ରକଳ୍ପ ପାଇଁ ଆଇଓସିଏଲ୍‌ ଅର୍ଥ ମଞ୍ଜୁର କରିବା ପରେ ପ୍ରକଳ୍ପ ଆରମ୍ଭ ହେବାର ସମ୍ଭାବନା ଏକପ୍ରକାର ସ୍ପଷ୍ଟ ହୋଇଛି।

ବହୁ ବର୍ଷ ଧରି ଆଶା ଆଶଙ୍କାରେ ଥିବା ଭଦ୍ରକର ବୟନ ପାର୍କ ପ୍ରତିଷ୍ଠା ପାଇଁ ବାଟ ଫିଟିଛି। ଏହି ପ୍ରକଳ୍ପ ପାଇଁ ଆଇଓସିଏଲ୍‌ ଅର୍ଥ ମଞ୍ଜୁର କରିବା ପରେ ପ୍ରକଳ୍ପ ଆରମ୍ଭ ହେବାର ସମ୍ଭାବନା ଏକପ୍ରକାର ସ୍ପଷ୍ଟ ହୋଇଛି।

hghbhb

ଭଦ୍ରକ: ବହୁ ବର୍ଷ ଧରି ଆଶା ଆଶଙ୍କାରେ ଥିବା ଭଦ୍ରକର ବୟନ ପାର୍କ ପ୍ରତିଷ୍ଠା ପାଇଁ ବାଟ ଫିଟିଛି। ଏହି ପ୍ରକଳ୍ପ ପାଇଁ ଆଇଓସିଏଲ୍‌ ଅର୍ଥ ମଞ୍ଜୁର କରିବା ପରେ ପ୍ରକଳ୍ପ ଆରମ୍ଭ ହେବାର ସମ୍ଭାବନା ଏକପ୍ରକାର ସ୍ପଷ୍ଟ ହୋଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ଅଧୀନ ଧାମନଗର ଛକଠାରେ ହେବାକୁ ଥିବା ଏହି ବୟନ ପାର୍କ ପାଇଁ ୪ ହଜାର ୩ ଶହ ୮୨ କୋଟି ଟଙ୍କା ବିନିଯୋଗ କରିବାକୁ ଇଣ୍ଡିଆନ୍ ଅଏଲ୍ ଅନୁମୋଦନ କରିଛି। 

ଆଇଓସିଏଲ୍ ଓ ଏମ୍‌ସିପିଆଇ ପ୍ରାଇଭେଟ୍‌ ଲିମିଟେଡ୍‌ର ୫୦:୫୦ ଭାଗିଦାରୀରେ ଏହି ପ୍ରକଳ୍ପ ସ୍ଥାପନ ହେବ। ଏହି ପ୍ରକଳ୍ପରେ ୯୦୦ ଟିପିଡି କଣ୍ଟିନ୍ୟୁୟସ୍‌ ପଲିମେରାଇଜେସନ୍ (ସିପି) ୟୁନିଟ୍ ସହିତ ଟେକ୍ସଚ୍‌ର ସୂତା (ଡିଟିଵାଇ), ସମ୍ପୂର୍ଣ୍ଣ ଅଙ୍କିତ ସୂତା (ଏଡିଵାଇ), ପଲିଷ୍ଟର୍‌ ଚିପ୍ସ ଏବଂ ଆନୁସଙ୍ଗିକ ସୁବିଧା ଅନ୍ତର୍ଭୁକ୍ତ ରହିଛି।  ଧାମନଗର ଛକଠାରେ ପ୍ରସ୍ତାବିତ ଟେକ୍ସଟାଇଲ ପାର୍କ ନିର୍ମାଣ ନିମନ୍ତେ ପୂର୍ବରୁ ଜମି ଅଧିଗ୍ରହଣ ହୋଇସାରିଥିଲା। କିନ୍ତୁ କାମ ଆରମ୍ଭ ହୋଇପାରୁ ନଥିଲା। ପ୍ରଥମେ ଏହି ସ୍ଥାନରେ ଧରଣୀ ସୁଗାର କମ୍ପାନି ଚିନିକଳ ନିର୍ମାଣ ପାଇଁ ୧୯୯୫ରେ ଧାମନଗର ଛକ ଜାତୀୟ ରାଜପଥ ପାର୍ଶ୍ୱରେ ୨୩୫ ଏକରରୁ ଅଧିକ ଜମି ଅଧିଗ୍ରହଣ ହୋଇଥିଲା। ଯାହା ଏବେ ଇଡ୍‌କୋ ଅଧୀନରେ ଅଛି। କିନ୍ତୁ ଚିନିକଳ ବସିଲା ନାହିଁ। ଅଧିକୃତ ହୋଇଥିବା ଜମିରେ ରାଜ୍ୟ ସରକାର ଫୁଡ୍‌ ପାର୍କ କରିବାକୁ କହିଥିବା ବେଳେ କେନ୍ଦ୍ର ସରକାର ଟେକ୍ସଟାଇଲ୍‌ ପାର୍କ ନିର୍ମାଣ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେଇଥିଲେ। ଅଧୀକୃତ ଜମି ମଧ୍ୟରୁ ଟେକ୍ସଟାଇଲ୍‌ ପାର୍କ ପାଇଁ ୫୬ ଏକର ଜମି ଇଡ୍‌କୋ ପ୍ରଦାନ କରିଛି। ପାର୍କ ନିର୍ମାଣ ହେବା ସ୍ଥାନରେ ପାଚେରି ନିର୍ମାଣ ଶେଷ ହୋଇଥିବା ବେଳେ ରାସ୍ତା କାମ ମଧ୍ୟ କିଛି ପରିମାଣରେ ଶେଷ ହୋଇଛି। ଆଇଓସିଏଲ୍‌ ଅର୍ଥ ମଞ୍ଜୁର କରିବା ପରେ ଖୁବ୍‌ଶୀଘ୍ର ଟେକ୍ସଟାଇଲ୍‌ ପାର୍କ କାମ ଆରମ୍ଭ ହେବ ବୋଲି କୁହାଯାଉଛି। 

ଟେକ୍ସଟାଇଲ ପ୍ରକଳ୍ପ ପ୍ରତିଷ୍ଠା ହେଲେ ଗୁଜୁରାଟ, ଆନ୍ଧ୍ର, ପରି ରାଜ୍ୟର ଯୁବକଯୁବତୀ ନିଜର ପରିବାର ପୋଷଣ ପାଇଁ ବାହାରକୁ ନ ଯାଇ ଏଠାରେ ନିଯୁକ୍ତି ସୁଯୋଗ ପାଇବେ। ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ସହିତ ଅନେକ ଆନୁସଙ୍ଗିକ କଳକାରଖାନା ମଧ୍ୟ ପ୍ରତିଷ୍ଠା ହୋଇପାରିବ। ଯାହାଫଳରେ ଅନେକ ଶିକ୍ଷିତ କୁଶଳୀ ଏବଂ ଅଣକୁଶଳୀ ଯୁବକ ଯୁବତୀଙ୍କ ପାଇ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଭଦ୍ରକରେ ଏକ ‌ବୟନ ପାର୍କ ସ୍ଥାପନ କରାଯିବା ସମ୍ପର୍କରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପୂର୍ବରୁ ସୂଚନା ଦେଇଥିଲେ। ସେହି ପ୍ରକଳ୍ପକୁ ସହଯୋଗ କରିବା ଲାଗି ପାରାଦୀପରେ ଏକ ମେଗା ପିଡ୍‌ କ୍ରାକର୍ ୟୁନିଟ୍ ସ୍ଥାପନ କରାଯିବ। ସେଥିରୁ ଯେଉଁ ଉପ ଉତ୍ପାଦ ବାହାରିବ ତାହାକୁ ଭଦ୍ରକ ବୟନ ପାର୍କରେ କଞ୍ଚାମାଲ ଭାବେ ବ୍ୟବହାର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe