MySmartPrice
ନୂଆଦିଲ୍ଲୀ: ଆସନ୍ତା ମଙ୍ଗଳବାର ଅର୍ଥାତ ଡିସେମ୍ବର ୩ରୁ ଭୋଡାଫୋନ୍ ଆଇଡିଆ ତଥା ଏୟାରଟେଲର ପ୍ରିପେଡ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ। ଦୁଇଟି କମ୍ପାନି ପ୍ରିପେଡ ସେବାର ଦରକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ରବିବାର ଘୋଷଣା କରିଛନ୍ତି। ଚାରିବର୍ଷ ଭିତରେ ପ୍ରିପେଡ ସେବାର ଦରରେ ଏହା ପ୍ରଥମ ବୃଦ୍ଧି ବୋଲି କୁହାଯାଉଛି। ଦୁଇଟି ଦୁରସଞ୍ଚାର ସେବା ପ୍ରଦାନକାରୀ କମ୍ପାନି ଡିସେମ୍ବର ଆରମ୍ଭରୁ ଏହି ବୃଦ୍ଧି ନେଇ ପୂର୍ବରୁ ଘୋଷଣା କରିଥିଲେ। ଆଜି ଦୁଇଟି କମ୍ପାନି ନିଜର ପ୍ଲାନ୍ ଦର ବୃଦ୍ଧିକୁ ନେଇ ସୂଚନା ଦେଇଛନ୍ତି।
ଭୋଡାଫୋନ୍ ଆଇଡିଆ କେବଳ ଅସୀମିତ ଡାଟା ଏବଂ କଲିଂ ସୁବିଧା ଥିବା ପ୍ରିପେଡ ପ୍ଲାନ୍ ଦର ବୃଦ୍ଧି କରିଛି। ଏୟାରଟେଲ ସୀମିତି ଡାଟା ଏବଂ କଲିଂ ଥିବା ପ୍ଲାନ ଶୁଳ୍କରେ ବି ସଂଶୋଧନ ଆଣିଛି। ଭୋଡାଫୋନ୍ ଆଇଡିଆର ବିଜ୍ଞପ୍ତି ଅନୁସାରେ, ସର୍ବାଧିକ ୪୧.୨ ପ୍ରତିଶତ ବୃଦ୍ଧି ବାର୍ଷିକ ପ୍ଲାନ୍ରେ କରାଯାଇଛି। ଏହି ପ୍ଲାନ୍ ଦର ୧,୬୯୯ରୁ ବୃଦ୍ଧି ପାଇ ୨,୩୯୯ ଟଙ୍କା ହୋଇଛି। ସେହିପରି ପ୍ରତିଦିନ ଦେଢ଼ ଜିବି ଡାଟା ଦେଉଥିବା ୮୪ଦିନ ବୈଧତା ଥିବା ପ୍ଲାନର ଦର ୪୫୮ଟଙ୍କାରୁ ୩୧ ପ୍ରତିଶତ ବୃଦ୍ଧି ପାଇ ୫୯୯ଟଙ୍କା ହୋଇଯାଇଛି।
/sambad/media/post_attachments/wp-content/uploads/2019/12/1549483562-1074-300x225.jpg)
ଏୟାରଟେଲ ବାର୍ଷିକ ପ୍ଲାନ୍ରେ ୪୧.୧୪ ପ୍ରତିଶତ ବୃଦ୍ଧି ପାଇଛି। ଯାହାକି ୧,୬୯୯ଟଙ୍କା ବଦଳରେ ୨,୩୯୮ଟଙ୍କା ହୋଇଯାଇଛି। କମ୍ପାନିର ସୀମିତ ଡାଟା ଥିବା ବାର୍ଷିକ ୯୯୮ ଟଙ୍କାର ପ୍ଲାନ୍ ଏବେ ତିନି ଡିସେମ୍ବରରୁ ୧,୪୯୮ଟଙ୍କା ହୋଇଯିବ। ସେହିପରି ଏୟାରଟେଲର ୮୨ଦିନ ବୈଧତା ଥିବା ଅସୀମିତ ଡାଟା ପ୍ଲାନ୍ ୩୯. ୮୭ ପ୍ରତିଶତ ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ୪୯୯ଟଙ୍କା ପ୍ଲାନ ୬୯୮ଟଙ୍କା ହୋଇ ସୀମିତ ଡାଟା ହୋଇଛି।
/sambad/media/post_attachments/wp-content/uploads/2019/12/images-2.jpg)
ଏହି ବର୍ଦ୍ଧିତ ଇଣ୍ଟରନେଟ ପ୍ୟାକେଜ ସହ ଗ୍ରାହକମାନେ ଏୟାରଟେଲ ଏକ୍ସଷ୍ଟ୍ରିମ୍ ପ୍ରିମଅମ ପ୍ୟାକେଜକୁ ମାଗଣାରେ ଦେଖିପାରିବେ ବୋଲି ଜଣାପଡ଼ିଛି। ଯେଉଁଥିରେ ୧୦ ହଜାର ଫିଲ୍ମ, ବିଭିନ୍ନ ସୋ’, ୪୦୦ ଟିଭି ଚ୍ୟାନେଲ, ଉଇଙ୍କ ମ୍ୟୁଜିକ, ମୋବାଇଲ ପ୍ରୋଟେକସନ, ଆଣ୍ଟି ଭାଇରସ ଭଳି ସେବା ପାଇବେ ବୋଲି କମ୍ପାନି ପକ୍ଷରୁ ପ୍ରକାଶ।
Follow Us