ଦୈନିକ ଭାସ୍କର ୭୦୦ କୋଟି ଆୟ ଉପରେ ଟିକସ ଫାଙ୍କିଛି: ଆୟକର ବିଭାଗ

Advertisment
ବୀମା କଂପାନିକୁ ଆୟକର ନୋଟିସ୍‌

Deccan Herald

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଦୈନିକ ଭାସ୍କର ଗ୍ରୁପ୍‌ ଉପରେ ଚଢ଼ାଉ ଅବସରରେ ଉକ୍ତ ସଂସ୍ଥା ଛଅ ବର୍ଷ ମଧ୍ୟରେ ୭୦୦ କୋଟି ଟଙ୍କାର ଆୟ ଉପରେ ଟିକସ ନ ଦେବା, ଷ୍ଟକ୍‌ ମାର୍କେଟ ନିୟମ ଉଲ୍ଲଂଘନ କରିବା ଏବଂ ତାଲିକାଭୁକ୍ତ କମ୍ପାନିଗୁଡିକରୁ ଲାଭ ନେବାର ପ୍ରମାଣ ମିଳିଛି ବୋଲି ଆୟକର ବିଭାଗ ଶନିବାର ପ୍ରକାଶ କରିଛି। ଗଣମାଧ୍ୟମ ସଂସ୍ଥା ଉପରେ ଚଢ଼ାଉକୁ ନେଇ ସରକାର ବ୍ୟାପକ ସମାଲୋଚନାର ଶିକାର ହେବା ପରେ ଚଢ଼ାଉର ଦୁଇଦିନ ପରେ ଆୟକର ବିଭାଗ ଏହି ସୂଚନା ଦେଇଛି।

ବିଭାଗ ଅନୁଯାୟୀ, ଅନୁସନ୍ଧାନରୁ ଜଣାପଡିଥିଲା ​​ଯେ ଏହି ଗଣମାଧ୍ୟମ ସଂସ୍ଥା ନିଜ କର୍ମଚାରୀଙ୍କ ନାମରେ ଅନେକ କମ୍ପାନି ଚଳାଉଛନ୍ତି, ଯାହା ନକଲି ଖର୍ଚ୍ଚ ଦର୍ଶାଇବା ଏବଂ ପାଣ୍ଠି ଚାଲାଣ ପାଇଁ ବ୍ୟବହୃତ ହେଉଛି। ଅନେକ କର୍ମଚାରୀଙ୍କୁ ଅଂଶୀଦାର ଓ ନିର୍ଦ୍ଦେଶକ ଭାବରେ ରଖାଯାଇଛି। କିନ୍ତୁ ଏହି ନିର୍ଦ୍ଦେଶକମାନେ ସ୍ବୀକାର କରିଛନ୍ତି ଯେ ସେମାନେ ଏପରି କମ୍ପାନିଗୁଡିକ ବିଷୟରେ ଆଦୌ ଅବଗତ ନୁହନ୍ତି ଏବଂ ବିଶ୍ବାସରେ ନିଯୁକ୍ତିଦାତାଙ୍କୁ ନିଜର ଆଧାର କାର୍ଡ ଓ ଡିଜିଟାଲ୍ ସ୍ବାକ୍ଷର ଦେଇତିଲେ। ଆଉ କେତେଜଣ ସମ୍ପର୍କୀୟ ବୋଲି ଜଣାପଡିଛି, ଯେଉଁମାନେ ସ୍ବେଚ୍ଛାକୃତ ଭାବରେ ଏବଂ ଜାଣିଶୁଣି କାଗଜପତ୍ରରେ ଦସ୍ତଖତ କରିଥିଲେ କିନ୍ତୁ କମ୍ପାନିର କାରବାର ବିଷୟରେ ସେମାନଙ୍କର କୌଣସି ଜ୍ଞାନ କିମ୍ବା ନିୟନ୍ତ୍ରଣ ନ ଥିଲା। ଉକ୍ତ ନିର୍ଦ୍ଦେଶକ ଏବଂ ଅଂଶୀଦାରମାନଙ୍କର ନିଜ ନାମରେ ଚାଲୁଥିବା କମ୍ପାନିଗୁଡିକର ବ୍ୟବସାୟିକ କାର୍ଯ୍ୟକଳାପ ବିଷୟରେ କୌଣସି ଧାରଣା ନ ଥିଲା।

ଏହା ମାଧ୍ୟମରେ ୬ ବର୍ଷ ମଧ୍ୟରେ ୭୦୦ କୋଟି ଟଙ୍କାର ଆୟ ଉପରେ ଦୈନିକ ଭାସ୍କର ଗ୍ରୁପ୍ ଟିକସ ଫାଙ୍କିଥିବା ବିଭାଗ ପ୍ରକାଶ କରିଛି। ତେବେ ଆହୁରି ଅନୁସନ୍ଧାନ ଚାଲିଛି ଏବଂ ଉକ୍ତ କମ୍ପାନି ସଂଖ୍ୟା ଅଧିକ ହୋଇଥିବାରୁ ଆହୁରି ଅଧିକ ଟିକସ ଫାଙ୍କିର ପ୍ରମାଣ ମିଳିପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆୟକର ବିଭାଗ କହିଛି ଯେ, ତାଲିକାଭୁକ୍ତ କମ୍ପାନୀଗୁଡିକ ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଧାର୍ଯ୍ୟ କରିଥିବା ନିୟମର ଉଲ୍ଲଂଘନ ହୋଇଛି। ତେଣୁ ଏଠାରେ ବେନାମୀ କାରବାର ନିଷେଧ ଆଇନର ମଧ୍ୟ ପ୍ରୟୋଗ କରାଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe