ଭୁବନେଶ୍ୱର: ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ)ର ବୈପ୍ଳବିକ ପ୍ଲାଟଫର୍ମ ଭାରତ ଇଣ୍ଟରଫେସ୍ ଫର ମନି (ଭିମ୍) ୟୁପିଆଇର କାରବାର ପରିମାଣ ୨୦୧୭ ଡିସେମ୍ବରରେ ୧୪୫ ନିୟୁତରୁ ଅଧିକ ହୋଇଛି। ଏହାର ପୂର୍ବ ମାସ ତୁଳନାରେ କାରବାର ପରିମାଣ ୩୯% ବୃଦ୍ଧି ପାଇଛି। ଗ୍ରାହକଙ୍କ ଦ୍ୱାରା ଗ୍ରହଣୀୟତା, ଭିମ୍ ୟୁପିଆଇରେ ୬୭ଟି ବ୍ୟାଙ୍କ ଲାଇଭ୍ ହେବା, ୪୦ରୁ ଅଧିକ ୟୁପିଆଇ ବ୍ୟାଙ୍କ ଆପ୍, ଗୁଗୁଲ୍ ପକ୍ଷରୁ ତେଜ୍, ଫୋନ୍ ପେ ଭଳି ତୃତୀୟ ପକ୍ଷ ଆପ୍ ଏବଂ ବିପୁଳ ପରିମାଣର ବ୍ୟବସାୟୀଙ୍କ ମଧ୍ୟରେ ଏହି ପ୍ଲାଟ୍ଫର୍ମ ଗ୍ରହଣୀୟ ହୋଇଥିବାରୁ ଭିମ୍ ଆପ୍ରେ ଏହି ଜବରଦସ୍ତ ଅଭିବୃଦ୍ଧି ହୋଇପାରିଛି ବୋଲି ଏନ୍ପିସିଆଇ ପକ୍ଷରୁ କୁହାଯାଇଛି।
ଭିମ୍ରେ କାରବାର ୧୪୫ ନିୟୁତ ଟପିଲା
Advertisment
Follow Us