ଭୁବନେଶ୍ବର-ଜୟପୁର ବିମାନ ସେବା ଆରମ୍ଭ

Advertisment

ଶିଳ୍ପାଞ୍ଚଳରେ ବିମାନବନ୍ଦର, ଏୟାରଷ୍ଟ୍ରିକ୍ ବିକଶିତ କରାଯାଉ: ଧର୍ମେନ୍ଦ୍ର

ଶିଳ୍ପାଞ୍ଚଳରେ ବିମାନବନ୍ଦର, ଏୟାରଷ୍ଟ୍ରିକ୍ ବିକଶିତ କରାଯାଉ: ଧର୍ମେନ୍ଦ୍ର

ଭୁବନେଶ୍ବର-ଜୟପୁର ବିମାନ ସେବା ଆରମ୍ଭ

ଭୁବନେଶ୍ବର: ଭୁବନେଶ୍ବର ଓ ରାଜସ୍ଥାନର ସହର ଜୟପୁର ମଧ୍ୟରେ ଆଜିଠାରୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଘରୋଇ ବିମାନ କଂପାନି ଇଣ୍ଡିଗୋ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି। ପ୍ରତି ସପ୍ତାହର ମଙ୍ଗଳବାର, ଗୁରୁବାର ଓ ଶନିବାର ରାତି ୯ଟା ୧୦ ମିନିଟ୍‌ରେ ବିମାନ ଆସି ଭୁବନେଶ୍ବର ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବ ଓ ରାତି ୯ଟା ୪୦ ମିନିଟ୍‌ରେ ଜୟପୁର ଅଭିମୁଖେ ଯାତ୍ରା କରିବ। ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲ୍ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ସୁଜିତ ପାତ୍ର ଏବଂ ଭୁବନେଶ୍ବର ବିମାନ ବନ୍ଦରର ନିର୍ଦେଶକ ପ୍ରଭାତ ରଞ୍ଜନ ବେହୁରିଆ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ରାଜ୍ୟ ସରକାର ଓ ଇଣ୍ଡିଗୋର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ।

ଏହି ଅବସରରେ ଶ୍ରୀ ସିନ୍ଧିଆ କହିଛନ୍ତି ଯେ ବର୍ତ୍ତମାନ ଭୁବନେଶ୍ୱର ୩୮ଟି ବିମାନ ଚଳାଚଳ ଦ୍ୱାରା ୧୯ଟି ସହର ସହିତ ଯୋଡି ହୋଇଛି। ଦେଶର ଅର୍ଥନୀତି ପ୍ରତି ବିମାନ ଚଳାଚଳ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଏହି କ୍ଷେତ୍ରରେ ପ୍ରତି ୧୦୦ ଟଙ୍କା ନିବେଶରେ ଦେଶର ଜିଡିପିରେ ୩୨୫ ଟଙ୍କା ଯୋଗ ହୋଇଥାଏ । ୨୦୦ କୋଟି ଟଙ୍କା ବ୍ୟୟରେ ନୂତନ ଟର୍ମିନାଲ ସୌଧର ବିକାଶ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ ହେବ ବୋଲି ମନ୍ତ୍ରୀ ନିଶ୍ଚିତ କରିଛନ୍ତି। ରାଜ୍ୟର ଉପାନ୍ତ ଅଞ୍ଚଳରେ ଡ୍ରୋନ୍‌ ଜରିଆରେ ଜନଜାତି ସମ୍ପ୍ରଦାୟଙ୍କୁ ବିଭିନ୍ନ ପ୍ରକାର ସେବା ପ୍ରଦାନ କରିବା ଲାଗି ପାଇଲଟ୍‌ ପ୍ରକଳ୍ପ ଭାବେ ଓଡ଼ିଶାକୁ ନେବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଓଡ଼ିଶାର ଜୈବିକ କୃଷି ସାମଗ୍ରୀକୁ ବିଶ୍ବ ବଜାରରେ ପହଞ୍ଚାଇବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ରେଳ ବିଭାଗ ମିଳିତ ଉଦ୍ୟମ କରିବା ଦରକାର ବୋଲି ସେ କହିଛନ୍ତି। ଶିଳ୍ପାଞ୍ଚଳରେ ଏୟାରପୋର୍ଟ ଓ ଏୟାରଷ୍ଟ୍ରିପ୍ ବିକଶିତ କରିବାକୁ ପ୍ରାଥମିକତା ଦେବା ଲାଗି ଶ୍ରୀ ପ୍ରଧାନ କହିଛନ୍ତି।

ଏଥିରେ ଯୋଗ ଦେଇ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ, ଭୁବନେଶ୍ବର ବିମାନବନ୍ଦରରୁ ବିଦେଶକୁ ଅଧିକ ବିମାନ ଉଡ଼ାଣ ଉପରେ କେନ୍ଦ୍ର ସରକାର ସ୍ବତନ୍ତ୍ର ଭାବେ ଧ୍ୟାନ ଦିଅନ୍ତୁ। ଏହା ସହ ଓଡ଼ିଶାର ବୌଦ୍ଧ ପର୍ଯ୍ୟଟନର ସମ୍ଭାବନା ଅଧିକ ଥିବାରୁ ଦେଶର ଅନ୍ୟ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ସହ ଓଡ଼ିଶାକୁ ବିମାନ ସଂଯୋଗର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe