ଭୁବନେଶ୍ୱର ବାଣିଜ୍ୟ ମେଳାରେ ପଥର ଖୋଦେଇ ସାମଗ୍ରୀ

ଭୁବନେଶ୍ୱର ବାଣିଜ୍ୟ ମେଳାରେ ପଥର ଖୋଦେଇ ସାମଗ୍ରୀ

ଭୁବନେଶ୍ୱର: ଜନତା ମୈଦାନଠାରେ ଚାଲିଥିବା ତୃତୀୟ ଭୁବନେଶ୍ୱର ବାଣିଜ୍ୟ ମେଳାରେ ଗ୍ରାହକମାନେ ପଥର ଖୋଦେଇ ସାମଗ୍ରୀ ଷ୍ଟଲ୍‌ଗୁଡ଼ିକରେ ଅଧିକ ଭିଡ଼ ଜମାଉଛନ୍ତି। ପଥରକୁ ଖୋଦେଇ କରି ପ୍ରସ୍ତୁତ କରାଯାଇଥିବା ସାମଗ୍ରୀ ଲୋକମାନଙ୍କୁ ଆକର୍ଷିତ କରୁଛି। ସେଗୁଡ଼ିକର ସୂକ୍ଷ୍ମ କାରୁକାର୍ଯ୍ୟକୁ ନେଇ ଲୋକମାନେ ବେଶ ବିମୋହିତ ହୋଇପଡ଼ୁଛନ୍ତି। ଏହି ମେଳାରେ ପ୍ରାୟ ୫୦ହଜାରରୁ ଅଧିକ ଲୋକଙ୍କ ଭିଡ଼ ହେଉଛି। ମେଳାରେ ୧୫-୨୦ ଲକ୍ଷ ଟଙ୍କାର କାରବାର ହୋଇଚି ବୋଲି ଗୁପ୍ତା ଇଭେଣ୍ଟର ସିଏମ୍‌ଡି ସୁଜୀତ୍‌ ଗୁପ୍ତା । ଏହି ବାଣିଜ୍ୟ ମେଳା ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଠାରେ ୨୦୦ରୁ ଅଧିକ ଷ୍ଟଲ୍‌ ରହିଛି। ବିଭିନ୍ନ ପ୍ରକାର ହସ୍ତତନ୍ତ ସାମଗ୍ରୀ ଷ୍ଟଲ୍‌ଗୁଡ଼ିକରେ ପ୍ରଦର୍ଶନ ଏବଂ ବିକ୍ରି କରାଯାଉଛି। ଏହି ବାଣିଜ୍ୟ ମେଳାରେ ଓଡ଼ିଶା ସମେତ ଦିଲ୍ଲୀ, ଜମ୍ମୁ-କାଶ୍ମୀର, ପଞ୍ଜାବ, ହରିଆଣା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାକଟ, ତାମିଲନାଡୁର କାରୀଗରଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶନ କରାଯାଇଛି। ଲୋକମାନଙ୍କ ପାଇଁ ମେଳାରେ ସ୍ୱତନ୍ତ୍ର ଫୁଡ୍‌ ଜୋନ୍‌ ଏବଂ ସେଲ୍‌ଫି ଜୋନ୍‌ ରହିଛି। ସେଲ୍‌ଫି ଜୋନ୍‌ରେ ମଧ୍ୟ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe