ଭୁବନେଶ୍ୱରରେ ଡିଜେଲ ୭୪ ଟଙ୍କା ଟପିଲା

୧୪ ଦିନ ହେଲା ବଢ଼ୁଛି ଦର

ଆଜିର ତେଲଦର : ପେଟ୍ରୋଲ ୧୯ ପଇସା ଓ ଡିଜେଲ ୧୪ ପଇସା କମିଲା

India TV

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପରେ ଲଗାତାର ଭାବେ ୧୪ ଦିନ ପାଇଁ ଦେଶରେ ସରକାରୀ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇ ଚାଲିଛନ୍ତି। ଶନିବାର ଭାରତୀୟ ତୈଳ ନିଗମ ପକ୍ଷରୁ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୧୪ ପଇସା ଏବଂ ଡିଜେଲ ଦର ୧୬ ପଇସା ବୃଦ୍ଧି କରିଥିବାବେଳେ ରବିବାର ଏଥିରେ ଯଥାକ୍ରମେ ୧୪ ଏବଂ ୧୭ ପଇସା ବୃଦ୍ଧି କରିଛି। ଫଳରେ ରବିବାର ଭୁବନେଶ୍ୱରରେ ଡିଜେଲ ଦର ୭୪ ଟଙ୍କା ଟପି ୭୪ ଟଙ୍କା ୦୩ ପଇସାରେ ପହଞ୍ଚିଛି। ପେଟ୍ରୋଲ ଦର ମଧ୍ୟ ୭୬ ଟଙ୍କା ୯୨ ପଇସାକୁ ବୃଦ୍ଧି ପାଇଛି। ଶନିବାର ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୭୬ ଟଙ୍କା ୭୮ ପଇସା ଏବଂ ଡିଜେଲ ଦର ୭୩ ଟଙ୍କା ୮୬ ପଇସା ରହିଥିଲା। ଗତ ୧୪ ଦିନ ମଧ୍ୟରେ ଭୁବନେଶ୍ୱର ପେଟ୍ରୋଲ ଦର ଲିଟର ପିଛା ୩ ଟଙ୍କା ୨୮ ପଇସା ଏବଂ ଡିଜେଲ ଦର ୩ ଟଙ୍କା ୧୫ ପଇସା ବଢ଼ି ଯାଇଛି। କର୍ଣ୍ଣାଟକ ନିର୍ବାଚନ ପାଇଁ କମ୍ପାନି ଗୁଡ଼ିକ ଗତ ଏପ୍ରିିଲ ୨୫ରୁ ମେ ୧୩ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦରକୁ ଅପରିବର୍ତିତ ରଖିଥିଲେ। କିନ୍ତୁ ଏହାପରଠାରୁ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟୁଛି। ଫଳରେ ପ୍ରତିଦିନ ତେଲ ଦର ଦେଶରେ ନୂଆ ରେକର୍ଡ କରୁଛି। ମୁମ୍ବାଇରେ ଶନିବାର ଲିଟର ପିଛା ପେଟ୍ରୋଲ ଦର ୮୫ ଟଙ୍କା ୭୮ ପଇସା, କୋଲକାତାରେ ୮୦ ଟଙ୍କା ୬୧ ପଇସା, ଚେନ୍ନାଇରେ ୮୦ ଟଙ୍କା ୯୫ ପଇସା ଓ ଦିଲ୍ଲୀରେ ୭୭ ଟଙ୍କା ୯୭ ପଇସାରେ ପହଞ୍ଚିଛି। ସେହିଭଳି ଶନିବାର ମୁମ୍ବାଇରେ ଲିଟର ପିଛା ଡିଜେଲ ଦର ୭୩ ଟଙ୍କା ୩୬, ଚେନ୍ନାଇରେ ୭୨ ଟଙ୍କା ୭୪, କୋଲକାତାରେ ୭୧ ଟଙ୍କା ୪୫ ଏବଂ ଦିଲ୍ଲୀରେ ୬୮ ଟଙ୍କା ୯୦ ପଇସା ରହିଛି। ତେଲ ଦର କ୍ରମାଗତ ଭାବେ ବଢ଼ି ଚାଲିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି।

୪ ବର୍ଷରେ ଅଶୋଧିତ ତେଲ ଦର କମିଛି ୩୩%, ପେଟ୍ରୋଲ ବଢ଼ିଛି ୮%
ଭୁବନେଶ୍ୱର: ମୋଦି ସରକାର ଦେଶର ଶାସନ ଭାର ଗ୍ରହଣ କରିବା ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୧୩ ଡଲାର ରହିଥିଲା। କିନ୍ତୁ ଏବେ ଏହା ପ୍ରାୟ ୭୬ ଡଲାରକୁ ଖସି ଆସିଲାଣି। ଆଜିର ଦରକୁ ହିସାବକୁ ନେଲେ ମୋଦି ସରକାରଙ୍କ ଗତ ୪ ବର୍ଷ ମଧ୍ୟରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୩୭ ଡଲାର କମିଛି। ଶତକଡ଼ା ହିସାବରେ ଦେଖିଲେ ତେଲ ଦର ପ୍ରାୟ ୩୩ ପ୍ରତିଶତ କମିଛି। କିନ୍ତୁ ଅନ୍ୟପକ୍ଷରେ ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ବେଳେ ପେଟ୍ରୋଲ ଦର ଲିଟର ପିଛା ପ୍ରାୟ ୭୧ ଟଙ୍କା ଥିଲାବେଳେ ଏବେ ଏହା ୭୭ ଟଙ୍କାରେ ପହଞ୍ଚିଗଲାଣି। ଫଳରେ ଏହି ସମୟ ମଧ୍ୟରେ ପେଟ୍ରୋଲ ଦର ପ୍ରାୟ ୮ ପ୍ରତିଶତ ମହଙ୍ଗା ହୋଇଛି।

କମିଲା ଅଶୋଧିତ ତେଲ ମୂଲ୍ୟ
ନ୍ୟୁୟର୍କ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ କମିବା ଆରମ୍ଭ ହୋଇଛି। ଦୁଇ ଦିନ ହେଲା ତେଲ ଦର କମିବାରେ ଲାଗିଛି। ଚଳିତବର୍ଷ ଅଶୋଧିତ ତେଲ ଦରରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ଘଟିବା ପରେ ଶୁକ୍ରବାର ଏଥିରେ ବଡ଼ ଧରଣର ହ୍ରାସ ଦେଖାଦେଇଛି। ଓପେକ୍‌ ଦେଶଗୁଡ଼ିକ ଆଗାମୀ ଦିନରେ ଉତ୍ପାଦନ ବୃଦ୍ଧି କରିବା ସଙ୍କେତ ଦେବା ଫଳରେ ଅଶୋଧିତ ତେଲ ଦର ୭୬.୬୬ ଡଲାରକୁ ଖସିଆସିଛି। ଗୁରୁବାର ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୮.୭୯ ଡଲାର ରହିଥିଲା। ଗତ ସପ୍ତାହରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୦.୫୦ ଡଲାରରେ ପହଞ୍ଚିଥିଲା। ଅଶୋଧିତ ତେଲ ଦର ହ୍ରାସ ପାଇଥିବାରୁ ନିକଟ ଭବିଷ୍ୟତରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର କମିବା ଆଶା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe