ଭୂଷଣ ଷ୍ଟିଲ୍‌ର ପୂର୍ବତନ ସଂସ୍ଥାପକ ଗିରଫ

Advertisment

୨୦୦୦ କୋଟି ଠକେଇର ଅଭିଯୁକ୍ତ, ଏସ୍‌ଏଫ୍‌ଆଇଓର ପ୍ରଥମ ଗିରଫଦାରୀ

୨୦୦୦ କୋଟି ଠକେଇର ଅଭିଯୁକ୍ତ, ଏସ୍‌ଏଫ୍‌ଆଇଓର ପ୍ରଥମ ଗିରଫଦାରୀ

ଭୁଷଣ ଷ୍ଟିଲର ପୂର୍ବତନ ମାଲିକ ନୀରଜ ସିଂଘଲ ଗିରଫ

ନୂଆଦିଲ୍ଲୀ: ଭୂଷଣ ଷ୍ଟିଲ୍‌ର ସଂସ୍ଥାପକ ନିରଜ ସିଂଘଲଙ୍କୁ ସିରିଅସ୍‌ ଫ୍ରଡ୍‌ ଇନଭେଷ୍ଟିଗେସନ୍‌ ଅଫିସ୍‌ (ଏସ୍‌ଏଫ୍‌ଆଇଓ) ପକ୍ଷରୁ ଗିରଫ କରାଯାଇଛି। ଦୁଇ ହଜାର କୋଟି ଟଙ୍କାର ଋଣ ରାଶି ଆତ୍ମସାତ କରିଥିବା ଅଭିଯୋଗରେ ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ନିରଜଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ସେ ୮୦ଟି କଂପାନିକୁ ବ୍ୟବହାର କରି ଭୂଷଣ ଷ୍ଟିଲ୍‌ ପାଇଁ ହାସଲ କରିଥିବା ୨୦୦୦ କୋଟି ଟଙ୍କାର ଋଣକୁ ଆତ୍ମସାତ କରିଥିଲେ। ବେଆଇନ କାର୍ଯ୍ୟକଳାପ, ଜାଲ ଋଣ ଓ ଅଗ୍ରୀମ ଓ ପୁଞ୍ଜିନିବେଶ ଇତ୍ୟାଦି ପାଇଁ ସେ ଏହି କଂପାନିଗୁଡ଼ିକୁ ବ୍ୟବହାର କରିଥିଲେ। ବହୁ ପୂର୍ବରୁ ଭୂଷଣ ଷ୍ଟିଲ୍‌ ଓ ଏହାର ଏକାଧିକ ଗ୍ରୁପ୍‌ କଂପାନି ବିରୋଧରେ ଏସ୍‌ଏଫ୍‌ଆଇଓ ତଦନ୍ତ ଜାରି ରଖିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ବେଆଇନ ଭାବେ ଭୂଷଣ ଷ୍ଟିଲ୍‌ ନାମରେ ବ୍ୟାଙ୍କଗୁଡ଼ିକଠାରୁ ନିରଜ କୋଟି କୋଟି ଟଙ୍କାର ଋଣ ଆଣିଥିଲେ ଓ ତାହାକୁ ଆତ୍ମସାତ କରିଥିଲେ। ଅନ୍ୟମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ସେ ପାଖାପାଖି ୮୦ ସଂସ୍ଥାର ଏକ ଜାଲ ବୁଣିଥିଲେ। ତାଙ୍କର ଏହି ଠକେଇ ଯୋଗୁଁ ବ୍ୟାଙ୍କ ଓ ନିବେଶକମାନଙ୍କୁ ବିପୁଳ କ୍ଷତି ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ତଦନ୍ତ ବେଳେ ଭୂଷଣ ଷ୍ଟିଲ୍‌ର ସଂସ୍ଥାପକ/ନିର୍ଦେଶକ ସହଯୋଗ କରୁନଥିଲେ ବୋଲି ଏସ୍‌ଏଫ୍‌ଆଇଓ ପକ୍ଷରୁ କୁହାଯାଇଛି।

ଏସ୍‌ଏଫ୍‌ଆଇଓ ପକ୍ଷରୁ ପ୍ରଥମ ଥର ପାଇଁ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏହି କ୍ଷମତା ଏହା ପାଖରେ ନଥିଲା। ନୂଆ କଂପାନି ଆଇନରେ ଏସ୍‌ଏଫ୍‌ଆଇଓକୁ ଗିରଫ କ୍ଷମତା ପ୍ରଦାନ କରାଯାଇଛି। କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଏସ୍‌ଏଫ୍‌ଆଇଓ କାମ କରୁଛି।

ଉଲ୍ଲେଖଯୋଗ୍ୟ, ଦେବାଳିଆ ଘୋଷିତ ହୋଇଥିବା ଭୂଷଣ ଷ୍ଟିଲ୍‌କୁ ନିକଟରେ ନିଲାମ ଜରିଆରେ ଟାଟା ଷ୍ଟିଲ୍‌ ଅଧିଗ୍ରହଣ କରିଛି। ଏନ୍‌ସିଏଲ୍‌ଟିରେ ଭୂଷଣ ଷ୍ଟିଲ୍‌ର ବିଚାର ଚାଲିବା ପରେ ତାହାକୁ ନିଲାମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ନିଲାମ ପ୍ରକ୍ରିୟାରେ ସର୍ବୋଚ୍ଚ ବିଡ୍‌ ଦାଖଲ କରି ଟାଟା ଷ୍ଟିଲ୍‌ ତାହାକୁ ଅଧିଗ୍ରହଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe