କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିଛି ଏସ୍‌ବିଆଇ

Advertisment
କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିଛି ଏସ୍‌ବିଆଇ

ନୂଆଦିଲ୍ଲୀ: ଭାରତର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ନିଜର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରି ଦେଇଛି। ଗତ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଏସ୍‌ବିଆଇ ୧୦,୫୮୪ କର୍ମଚାରୀ ହ୍ରାସ କରିଛି।

ମନିକଣ୍ଟ୍ରୋଲ.କମ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ୬ ମାସ ମଧ୍ୟରେ ଏସ୍‌ବିଆଇ ସହିତ ଏସ୍‌ବିଆଇର ସହଯୋଗୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ବିକାନେର ଆଣ୍ଡ ଜୟପୁର, ଷ୍ଟେଟବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ, ଷ୍ଟେଟବ୍ୟାଙ୍କ ଅଫ୍‌ ମୈସୁର, ଷ୍ଟେଟବ୍ୟାଙ୍କ ଅଫ୍‌ ପଟିୟାଲା ଓ ଷ୍ଟେଟବ୍ୟାଙ୍କ ଅଫ ଟ୍ରାଙ୍କୋଭର ଓ ଭାରତୀୟ ମହିଳା ବ୍ୟାଙ୍କରେ ବି କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଇଛି।

publive-image

ଏଥିସହିତ ଏସ୍‌ବିଆଇର କର୍ମଚାରୀଙ୍କ କାର୍ଯ୍ୟକ୍ଷମତା ବୃଦ୍ଧି କରିବା ପାଇଁ ପୁରୁଣା କର୍ମଚାରୀଙ୍କୁ ଅବସର ଦେବା ସହିତ ନୂତନ କର୍ମଚାରୀଙ୍କୁ ନିଯୁକ୍ତିର ଯୋଜନା ବି କରୁଛି। ତେବେ ଆର୍ଥିକ ବର୍ଷ ୨୦୧୮ରେ ୧୫,୪୬୦ ବ୍ୟାଙ୍କ କର୍ମଚାରୀ ଅବସର ନେବେ। ତେବେ ଏସ୍‌ବିଆଇରେ ୫,୦୦୦ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇପାରେ ବୋଲି ବି ରିପୋର୍ଟ ମିଳିଛି।

ଏସ୍‌ବିଆଇ ପରି ଘରୋଇ କ୍ଷେତ୍ରରେ ସବୁଠାରୁ ବଡ଼ ବ୍ୟାଙ୍କ ଆଇସିଆଇସିଆଇ ମଧ୍ୟ କର୍ମଚାରୀଙ୍କ ସଂଖ୍ୟା କରିଛି। ଗତ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ୧,୦୮୨ କର୍ମଚାରୀଙ୍କ ସଂଖ୍ୟା କମାଇଛି ଏହି ବ୍ୟାଙ୍କ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe