ବିଗ୍‌ ବଜାରରେ ‘ପବ୍ଲିକ୍‌ ହଲିଡେ ସେଲ୍‌’ ୨୨ରୁ

Advertisment
ବିଗ୍‌ ବଜାରରେ ‘ପବ୍ଲିକ୍‌ ହଲିଡେ ସେଲ୍‌’ ୨୨ରୁ

ଭୁବନେଶ୍ୱର: ବିଗ୍‌ ବଜାରରେ ପବ୍ଲିକ ହଲିଡେ ସେଲ୍‌ ଚଳିତ ମାସ ୨୨ରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସେଲ୍‌ରେ ଗ୍ରାହକମାନଙ୍କ ନିମନ୍ତେ ଗ୍ରୋସେରି, ଗୃହୋପକରଣ, ବସ୍ତ୍ର, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଆଦି ଉପରେ ଆକର୍ଷଣୀୟ ଅଫର୍‌ ପାଇବେ। ଏପରିକି ପବ୍ଲିକ୍‌ ହଲିଡେ ସେଲ ଆରମ୍ଭ ହେବା ପୂର୍ବରୁ ବିଗ୍‌ ବଜାର ଏହାର ସମସ୍ତ ଫ୍ୟୁଚର୍‌ ପେ ଓା୍ଵଲେଟ୍‌ ଗ୍ରାହକମାନଙ୍କୁ ୧୦୧ ଟଙ୍କା ପ୍ରଦାନ କରିବ ଯାହାର ବ୍ୟବହାର ଗ୍ରାହକମାନେ ଏହି ଚାରି ଦିନର ପବ୍ଲିକ୍‌ ହଲିଡେ ସେଲ୍‌ରେ ଯେ କୌଣସି ଦ୍ରବ୍ୟ କିଣିବା ପାଇଁ କରିପାରିବେ। ଅଫର୍‌ ସମୟରେ ପୁରୁଷ, ସ୍ତ୍ରୀ ଓ ପିଲାମାନଙ୍କ ବସ୍ତ୍ର ଉପରେ ୫୦% ରିହାତି ରହିବା ସହିତ ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ଅଫର ରହିବ। ଗୃହକରଣ ସାମଗ୍ରୀ ମଧ୍ୟରେ କମ୍ବଳ ଓ ବେଡ୍‌ସିଟ୍‌ ଆଦି ଉପରେ ୩୦% ରିହାତି ରହିବ। ସ୍କାଏବ୍ୟାଗ, ଆରିଷ୍ଟୋକ୍ରାଟ, କାମିଲିଆନ୍‌ ଆଦି ବ୍ୟାଗ୍‌ ବ୍ରାଣ୍ଡ୍‌ ଉପରେ ୬୦% ରିହାତି ମିଳିବ। ଏ ସମ୍ପର୍କରେ କଂପାନିର ସିଇଓ ସଦାଶିବ ନାୟକ କହିଛନ୍ତିି ଯେ ଏହି ଅଫର ହେଉଛି ଉତ୍ସବ ଋତୁରେ ଗ୍ରାହକମାନଙ୍କୁ ଧନ୍ୟବାଦ ପ୍ରଦାନ କରିବାର ଏକ ପ୍ରୟାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe