ରେଳ ବୋର୍ଡର ପୁନର୍ଗଠନ: କ୍ୟାଡର ମିଶ୍ରଣ ସଦସ୍ୟ ସଂଖ୍ୟା ହ୍ରାସ

Advertisment
ରେଳ ବୋର୍ଡର ପୁନର୍ଗଠନ: କ୍ୟାଡର ମିଶ୍ରଣ ସଦସ୍ୟ ସଂଖ୍ୟା ହ୍ରାସ

photo--pti

ନୂଆଦିଲ୍ଲୀ: ଭାରତୀୟ ରେଳରେ ବଡ଼ ଧରଣର ସଂସ୍କାର ଅଣାଯାଇଛି। ରେଳ ବୋର୍ଡର ପୁନର୍ଗଠନ କରାଯାଇଛି। ବୋର୍ଡର ସଦସ୍ୟ ସଂଖ୍ୟାକୁ ୮ରୁ ହ୍ରାସ କରି ୪ କରାଯାଇଛି। ଚାରି ଜଣ ସଦସ୍ୟ ଓ ଜଣେ ଅଧ୍ୟକ୍ଷଙ୍କ ଦ୍ବାରା ବୋର୍ଡ ପରିଚାଳିତ ହେବ। ଭିତ୍ତିଭୂମି, ରୋଲିଂ ଷ୍ଟକ୍ ଆଣ୍ଡ୍ ଟ୍ରାକ୍ସନ, ଅର୍ଥ, ପରିଚାଳନା ଓ ବ୍ୟବସାୟ ବିକାଶ ଭଳି ଚାରିଟି କ୍ଷେତ୍ର ପାଇଁ ଚାରି ଜଣ ସଦସ୍ୟ ରହିବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଭାରତୀୟ ରେଳରେ ବିଭାଗ ଢାଞ୍ଚାର ଯୁଗ ଶେଷ ହୋଇଛି। ରେଳବାଇ ଆଉ ବିଭାଗ ହିସାବରେ ପରିଚାଳିତ ହେବ ନାହିଁ। କାର୍ଯ୍ୟ ଅନୁସାରେ ଏହାର ଢାଞ୍ଚା ଗଠିତ ହେବ। ଅଧ୍ୟକ୍ଷଙ୍କ ଦ୍ବାରା ରେଳ ବୋର୍ଡ ପରିଚାଳିତ ହେବ। ସେ ସଂସ୍ଥାର ସିଇଓ ଭାବେ କାର୍ଯ୍ୟ କରିବେ। ସମସ୍ତ ରେଳ କ୍ୟାଡର ଭିତରେ ମିଶ୍ରଣ କରି ‘ଇଣ୍ଡିଆନ ରେଲୱେ ମ୍ୟାନେଜମେଣ୍ଟ୍‌ ସର୍ଭିସ୍‌ (ଆଇଆର୍‌ଏମ୍‌ଏସ୍‌) ଗଠନ କରାଯାଇଛି। ଭାରତୀୟ ରେଳର ସମସ୍ତ ୮ ଗ୍ରୁପ୍‌ ଏ‌ ସେବାକୁ ଏହା ଅଧୀନରେ ମିଶାଇ ଦିଆଯାଇଛି। ଏହା ଏକ ଐତିହାସିକ ପଦକ୍ଷେପ ବୋଲି ରେଳ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଆଇଆର୍‌ଏମ୍‌ଏସ୍‌କୁ ଆସନ୍ତା ନିଯୁକ୍ତି ଚକ୍ର ଠାରୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆ ଅଧିକାରୀମାନେ ଇଞ୍ଜିନିୟରିଂ ଓ ଅଣ-ଇଞ୍ଜିନିୟରିଂ କ୍ଷେତ୍ରରୁ ଆସିବେ। ସ୍ବତନ୍ତ୍ର ଦକ୍ଷତା ଅନୁସାରେ ସେମାନଙ୍କୁ ବିଭିନ୍ନ ପଦରେ ନିଯୁକ୍ତି ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe