ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ ହ୍ରାସ: ସପ୍ତାହକରେ କମିଗଲା ୧୭.୭ ବିଲିଅନ ଡଲାର

Advertisment

ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ନଭେମ୍ବର ୧୫ରେ ଶେଷ ହୋଇଥିବା ସପ୍ତାହରେ ଏହି ଭଣ୍ଡାରରେ ୧୭.୭ ବିଲିଅନ ଡଲାର ହ୍ରାସ ଘଟି ୬୫୭.୮୯ ବିଲିଅନ ଡଲାରରେ ରହିଛି।

ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ନଭେମ୍ବର ୧୫ରେ ଶେଷ ହୋଇଥିବା ସପ୍ତାହରେ ଏହି ଭଣ୍ଡାରରେ ୧୭.୭ ବିଲିଅନ ଡଲାର ହ୍ରାସ ଘଟି ୬୫୭.୮୯ ବିଲିଅନ ଡଲାରରେ ରହିଛି।

ଡଲାର ତୁଳନାରେ ଟଙ୍କା ଦୁର୍ବଳ: ଆମଦାନି, ବିଦେଶ ପାଠପଢ଼ା, ଭ୍ରମଣ ମହଙ୍ଗା ହେବ

ମୁମ୍ବାଇ: ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ନଭେମ୍ବର ୧୫ରେ ଶେଷ ହୋଇଥିବା ସପ୍ତାହରେ ଏହି ଭଣ୍ଡାରରେ ୧୭.୭ ବିଲିଅନ ଡଲାର ହ୍ରାସ ଘଟି ୬୫୭.୮୯ ବିଲିଅନ ଡଲାରରେ ରହିଛି। ବିଦେଶୀ ମୁଦ୍ରା ଭଣ୍ଡାର କ୍ରମାଗତ ଭାବେ ସପ୍ତମ ସପ୍ତାହ ଲାଗି ତଳକୁ ଖସିଛି। ପୂର୍ବରୁ ସେପ୍ଟେମ୍ବର ୨୭ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସର୍ବକାଳୀନ ରେକର୍ଡ ୭୦୪.୮୯ ବିଲିଅନ ଡଲାରରେ ପହଞ୍ଚିଥିଲା। କିନ୍ତୁ ତା ପରଠାରୁ ଏହା କମିବାରେ ଲାଗିଛି। ଉପରୋକ୍ତ ସମୟ ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୪୭ ବିଲିଅନ ଡଲାର ଭଳି ବୃହତ୍ ହ୍ରାସ ଘଟିଛି। ନଭେମ୍ବର ୮ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୬.୪୭ ବିଲିଅନ ଡଲାର ହ୍ରାସ ଘଟିଥିଲା।  ଅନ୍ତର୍ଜାତୀୟ ବଜାରରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଉପରେ ପ୍ରବଳ ଚାପ ରହିଛି। ଟଙ୍କା ମୂଲ୍ୟ ହ୍ରାସକୁ ରୋକିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ନେଉଥିବା ପଦକ୍ଷେପ କାରଣରୁ ବିଦେଶୀ ମୁଦ୍ରା ଭଣ୍ଡାର ନିମ୍ନମୁଖୀ ହେଉଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe